ରାୟଗଡା : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ବନାଞ୍ଚଳ ପକ୍ଷରୁ କିଛି ଦିନ ତଳେ ” ବନ ସୁରକ୍ଷା ଆମରି ରକ୍ଷ୍ୟା “ଭଳି ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଗଣ ଦୌଡ କାର୍ଯ୍ୟକ୍ରମ ଟି ସଖାଳ ପ୍ରାୟ ୭ ଟାରେ ଜିଲ୍ଲା ବନାଞ୍ଚଳ ଅଧିକାରୀଙ୍କ ନିର୍ଦେଶ କ୍ରମେ ରାୟଗଡା ସହରରେ ଆୟୋଜନ କରାଯାଇଥିଲା।ହେଲେ ବିଡମ୍ବନାର ବିଷୟ ! ରାଜରାସ୍ତା ରେ ଗଣ ଦୌଡବେଳେ ସାମିଲ ଥିବା ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀଙ୍କ ସୁରକ୍ଷାରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ମୁଖ୍ୟତଃ ସହରରେ ଟ୍ରାଫିକ ବ୍ୟବସ୍ଥାର ଅନୁଧ୍ୟାନ କରି ଦୁର୍ଘଟଣା ଜନିତ ସମସ୍ୟା ଉପରେ ବିଭାଗ ପକ୍ଷରୁ ପ୍ରଥମେ ତତ୍ପରତା ହେବା ଉଚିତ ବୋଲି ସହରର ବୁଦ୍ଧିଜୀବୀ ମାନେ ସମାଲୋଚନା କରିଥିଲେ।

ଗଣ ଦୌଡରେ ସାମିଲ ଥିବା ଛାତ୍ର ଛାତ୍ରୀ ଓ ଯୁବକ, ଯୁବତୀ ମାନେ ଦୌଡୁ ଥିବାବେଳେ ସାମ୍ନା ଓ ପଛ ପଟୁ ସହ ସହ ଭାରି ଜାନ ଯାହା ବସ, ଟ୍ରକ, କାର, ଟ୍ରାକ୍ଟର, ଭ୍ୟାନ ବଡ଼ ବଡ଼ ଟ୍ରଲର ଓ ଅସଂଖ୍ୟ ଅଟୋ, ମଟର ସାଇକେଲ ଦ୍ରୁତ ଗତିରେ ଆସୁଥିବାର ନଜିରକୁ ଆସିଛି। ଯେଉଁଥିରେ ଅଳ୍ପ ଅସାବଧାନତା ରେ ବିରାଟ ଦୁର୍ଘଟଣାରୁ ଧାବକ ବର୍ତ୍ତୀ ଯାଇ ଥିବା ଦେଖିବାକୁ ମିଳିଛି।

\ଏଣୁ ଏହି ପରି ସରକାରୀ ବିଭାଗୀୟ ପକ୍ଷରୁ ଅବହେଳା କରାଯାଇ କୌଣସି ସାବଧାନତାର ଅବଲମ୍ବନ ନକରି ପିଲାଙ୍କ ଜୀବନକୁ ବିପଦରେ ଠେଲି ଦିଆଯାଉଛି ତେଣୁ ପରବର୍ତୀ ସମୟରେ ଏହି ଭଳି କାର୍ଯ୍ୟକ୍ରମରେ ନିଜ ନିଜ ପିଲାଙ୍କୁ ଭାଗନେବାରେ ସମ୍ପୂର୍ଣ ମନା କରିବୁ କାରଣ ପୂର୍ବେ ଏହିଭଳି ଅନେକ ଗଣ ଦୌଡ ହେଇଛି ଯେଉଁଥିରେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟି ରେ ରଖି ଯାନବାହାନ ର ଚଳାଚଳରେ ଟ୍ରାଫିକ ର ବ୍ୟବସ୍ଥା କରାଯାଉଥିଲା ଏଣୁ କେଉଁ କାରଣରୁ ଏହି ଭଳି ଅବ୍ୟବସ୍ଥା ମଧ୍ୟରେ ଗଣ ଦୌଡ କରାଯାଉଛି ବୋଲି ରାୟଗଡା ଜିଲ୍ଲା ବନ ବିଭାଗ ଅଧିକାରୀ ଶ୍ରୀ ଅହଲ ସଚିନ ଆନ୍ନାସାହେବଙ୍କୁ ପ୍ରଶ୍ନ କରିବେବୋଲି ଅଭିଭାବକ ମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।