ଧର୍ମଗଡ଼: ୧୬/୧୦(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ ଏ ସି ଠାରେ ବରିଷ୍ଠ ନାଗରିକ ଏବଂ ଅବସର ପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ମାନଙ୍କୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଧର୍ମଗଡ କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ନଗର ପାଳ ଅଶୋକ ମହାନ୍ତି ଙ୍କ ସଭାପତିତ୍ବ ରେ ଅତିଥି ରୂପେ ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର, ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵମ୍ୱର ମିଶ୍ର,ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ହିମାଂଶୁ ଶେଖର ମୁଣ୍ଡ,ସମ୍ପାଦକ ଶ୍ରୀ ସୁନିଲ ଚନ୍ଦ୍ର ପାତ୍ର,ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଶ୍ରୀ କବିରାଜ ଦୁର୍ଗା ଓ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ଭୋଇ ମଞ୍ଚାସୀନ ଥିଲେ|

ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ଼ ସହରର ସ୍ୱଚ୍ଛତା ଦିଗରେ ବିଶେଷ ଗୁରୁତ୍ଵ ଦେଇ ମଞ୍ଚାସୀନ ଅତିଥିମାନେ ନିଜ ନିଜ ବହୁମୂଲ୍ୟ ବକ୍ତବ୍ୟ ଦେଇଥିବାବେଳେ, ଉପସ୍ଥିତ ବରିଷ୍ଠ ନାଗରିକ ବୃନ୍ଦ ସ୍ଵଚ୍ଛତା ଉପରେ ନିଜ ନିଜର ବହୁମୂଲ୍ୟ ସୁଚିନ୍ତିତ ମତାମତ ଦେଇଥିଲେ ଓ ସହରର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ | ନଗରପାଳ ଓ ନିର୍ବାହୀ ଅଧିକାରୀ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କ ସହଯୋଗ ଲୋଡି ବା ସହ ପର୍ଯ୍ୟାୟ କ୍ରମେ ବହୁତ ଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଆନ୍ତରିକ ଉଦ୍ୟମ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ,| ପରିଶେଷରେ ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ କିରାଣୀ ଶ୍ରୀ ରବୀନ୍ଦ୍ରନାଥ ପରିଡ଼ା ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।