ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ପୋଲିସକୁ ବଡ଼ ସଫଳତା l ୧୦  କୁଇଣ୍ଟାଲ ୨୫  କେଜି ଗଂଜେଇ ଜବତ, ଗୋଟିଏ ଟ୍ରକ ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ l ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଲେ ବୌଦ୍ଧ ଏସପି ରାଜ ପ୍ରସାଦ l

ସୂଚନା ଅନୁଯାଇ ଆଜି ସକାଳୁ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ଏସପି ରାଜ ପ୍ରସାଦ ଙ୍କ ନିର୍ଦେଶ କ୍ରମେ ବୌଦ୍ଧ ବ୍ରିଜ ଛକ ନିକଟରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ସଜ ହେଉଥିବା ବେଳେ ଟ୍ରକ କୁ ପୋଲିସ କାବୁ କରିଥିଲା l ଉକ୍ତ ଟ୍ରକ ରୁ ୧୦  କୁଇଣ୍ଟାଲ ୨୫ କେଜି ଗଂଜେଇ ବାହାରିଥିଲା l

ପରେ ଟ୍ରକ ଜବତ କରିବା ସହ 2ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଟ୍ରକ ଚାଳକ ଆଜାତ ସରଫଟ ଖାନ ନାଗପୁର, ରାଜ୍ୟ ମହାରାଷ୍ଟ୍ର ଏବଂ ହେଲପର ସିଦ୍ଧନାଥ ରାମ ମିଲାନ ଯାଦବକୁ ଗିରଫ କରାଯାଇଛି l ତାଙ୍କ ଠାରୁ 18ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି lଉଭୟଙ୍କୁ କୋଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l