ଖପ୍ରାଖୋଲ :୨୧।୨(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଵେଟିଖାଇ ସେନ୍ଦ୍ରୀଆ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ଗୋଷ୍ଠି ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ଭାବରେ ବ୍ଲକ୍ ଅଧକ୍ଷା ନିରୁପମା ପଟେଲ, କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ, ସମିତି ସଭ୍ୟା ସୁଶୀଳା ଭୋଇ, ପବିତ୍ର ପଟେଲ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ସାହୁ, ସତ୍ୟାନନ୍ଦ ସେନ୍ଦ୍ରିଆ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଖପ୍ରାଖୋଲ ପଞ୍ଚାୟତର ” ଆମ ପଞ୍ଚାୟତର ବିକାଶ ” ପୁସ୍ତିକା ଉନ୍ମୋଚନ ହୋଇଥିଲା । ଏହି ଅବସରରେ ଅତିଥି ମାନେ ରାଜ୍ୟ ସରକାରଙ୍କ ବିଭିନ୍ନଜନହିତକର ଯୋଜନା ଉପରେ ଆଲୋକପାତ କରିଥଲେ । ଏହା ସହିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଅବସରରେ ଜିଆରଏସ ସରୋଜ ଭୋଇ, ପରମାନନ୍ଦ ବରିହା, ଅକ୍ରୁର ବରିହା ପ୍ରମୁଖ ଉପସ୍ଥିତ ରହିଥିଲେ।