ବେଳଗୁଣ୍ଠା : (ସୁଶାନ୍ତ କୁମାର ବେହେରା )ଜଗନ୍ନାଥ ପ୍ରସାଦ ପଂଚାୟତ ସମିତି ସଭା ଗୃହ ରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି(ଜିପିଡିପି )ରେ ଶିଶୁ ସୁରକ୍ଷା ସାମିଲ ଲାଗି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରଶାସନ ଏବଂ ସି ଆର ଏସ,ଅରୁଣା ପକ୍ଷରୁ ଆୟୋଜିତ ଏହି କର୍ମଶାଳା ରେ ବିଡ଼ିଓ ଅଶ୍ୱିନୀ କୁମାର ମହାପାତ୍ର, ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ହରିହର ପାଢୀ, ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ମାରଥୁନ ନାୟକ,ସି ଆର ଏସ ଅରୁଣା ର ଜିଲ୍ଲା ସଂଯୋଜକ ମାର୍କଣ୍ଡ ମିଶ୍ର, ଅଢେଇଗାଁ ସରପଞ୍ଚ ଲକ୍ଷ୍ମୀକାନ୍ତ ବିଷୋୟୀ, ପ୍ରମୁଖ ଉପସ୍ଥିତ ଥିଲେ l

ଶିଶୁମାନେ ହେଉଛନ୍ତି ଆଗାମୀ ଦିନର ଉଜ୍ବଳ ଭବିଷ୍ୟତ l ସେମାନଙ୍କ ଅଧିକାର କୁ ଅକ୍ଷୁଣ୍ଣ ରଖି, ସବୁ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବାକୁ ଅନେକ ବକ୍ତା ମତ ରଖିଥିଲେ l ଗ୍ରାମ ଶାସନ ରେ ହେଉଥିବା ଗ୍ରାମ ସଭା ଏବଂ ପଲ୍ଲୀ ସଭା ସମୟରେ ଶିଶୁ ମିତ୍ର ପଂଚାୟତ ର ସ୍ବପ୍ନ ରଖି କାମ କରିବାକୁ ପରାମର୍ଶ ଦିଆଯାଇଥିଲା l

ଆଗାମୀ ୨୦୩୦ ପୂର୍ବରୁ ଆମେ ବିକାଶଶିଳ ପଂଚାୟତ ଗଡ଼ିବା, ବିକଷିତ ପଂଚାୟତ ଗଠନ କରିବା ଆମର ସ୍ବପ୍ନ ଅଟେ l ଏଥି ସକାଶେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ପ୍ରସ୍ତୁତ ସମୟରେ ଶିଶୁ ମାନଙ୍କ ସାମଗ୍ରୀକ ବିକାଶ ପାଇଁ ୫% ପାଣ୍ଠି ମହଜୁତ ରଖିବା ପାଇଁ ସମସ୍ତେ କିଭଳି ଚେଷ୍ଟା କରିବେ ତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନେକ ପଂଚାୟତ ପ୍ରତିନିଧି, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅଂଚଳ ପରିଦର୍ଶିକା, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ l