ଖପ୍ରାଖୋଲ ୧୬/୨(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସରପଞ୍ଚ ନିଲେନ୍ଦ୍ରୀ ପୁଝାରୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ବ୍ଲକ୍ ଉପାଧ୍ୟକ୍ଷ ସୁଖିରାମ ସାଣ୍ଡ, ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, ମହାରାପଦର ସରପଞ୍ଚ ସୁମତୀ ପ୍ରଧାନ, ପବିତ୍ର ପଟେଲ ପ୍ରମୁଖ ଯୋଗଦେଇ ସରକାରୀ ଯୋଜନା ଓ ଗ୍ରାମୀଣ ବିକାଶ ଉପରେ ଆଲୋକପାତ କରିଥିଲେ।

ପରେ ଏସ ଏଚ ଜି ମହିଳାଙ୍କ ଦ୍ବାରା ବିଭିନ୍ନ ପ୍ରକାର ପିଠା ପ୍ରଦର୍ଶିତ ହୋଇଥିଲା। ସେହି ପରି ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନତା ଫ୍ଲାକ୍ସ ମାନ ପ୍ରଦର୍ଶିତ ହୋଇଥିଲା। ଶେଷରେ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମ କୁ ପି ଇ ଓ ଖିରାଧର୍ ବରିହା ପରିଚାଳନା କରିଥିବା ବେଳେ ଜି ଆର୍ ଏସ ସଡାନନ୍ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହି ପରି ଭାନପୁର ପଞ୍ଚାୟତ ରେ ମଧ୍ୟ ସରପଞ୍ଚ ରୀନା ଜାଲ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।