ଖପ୍ରାଖୋଲ ୧୪/୦୨( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନୁସର ପଞ୍ଚାୟତ ପିଙ୍ଗଲମୁଣ୍ଡା ଗ୍ରାମବାସୀ ପକ୍କା ରାସ୍ତା ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ମତେ ପକ୍କା ରାସ୍ତା ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେବ ବ୍ଲକ ପ୍ରଶାସନ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ରାଜ ନେତା ମାନଙ୍କୁ ଗ୍ରାମବାସୀ ଗୁହାରି କରିଥିଲେ । ହେଲେ ପକ୍କା ରାସ୍ତା ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପିଙ୍ଗଲମୁଣ୍ଡା ଗ୍ରାମରେ ୩ ଟି ୱାର୍ଡ ଥିବା ବେଳେ ପାଖା ପାଖି ତିନି ହଜାର ଲୋକ ବସବାସ କରୁଛନ୍ତି। ଗ୍ରାମରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଥିବା ବେଳେ ନବମ ଶ୍ରେଣୀ ରୁ ଉର୍ଦ୍ଧ ପାଠ ପଢ଼ିଲେ ଦୁଇ ରୁ ତିନି କିମି ବାଟ ଫୁଲୁକିମୁଣ୍ଡା କିମ୍ବା ଘୁନୁସର ଗ୍ରାମ କୁ ପାଠ ପଢିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଯିବାକୁ ପଡିଥାଏ ।

ଘୁନୁସର ଗ୍ରାମରେ ପଞ୍ଚାୟତ କାର୍ଯ୍ୟାଳୟ ଥିବା ବେଳେ ପକ୍କା ରାସ୍ତା ନଥିବା କାରଣରୁ ଖାଲ ଖମା ରେ ଭର୍ତ୍ତି ହୋଇଥିବା ଦୁଇ କିମି କଚା ରାସ୍ତାରେ ଲୋକଙ୍କୁ ଯିବାକୁ ପଡିଥାଏ । ଗ୍ରାମକୁ ତିନୋଟି ରାସ୍ତା ଥିବା ବେଳେ ବର୍ଷା ଦିନ ହେଲେ ରହିଥିବା ତିନୋଟି ରାସ୍ତା କାଦୁଆ ପଚ୍ ପଚ୍ ହେଉଥିବାରୁ ଛାତ୍ର ଛାତ୍ରୀ ଓ ଜନ ସାଧାରଣ ବ୍ଲକ ସଦର ମହକୁମା , ବିଦ୍ୟାଳୟ , ବ୍ୟାଙ୍କ୍ , ଡ଼ାକ୍ତର ଖାନା ଓ ଅନ୍ୟାନ୍ୟ କାମରେ ଯିବା ପାଇଁ ଅନେକ ସମୟରେ ଦୁର୍ଘଟଣା ମାନ ହେବା ସହ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। କିଛି ବର୍ଷ ହେବ ଫୁଲୁକୀମୁଣ୍ଡା ଗ୍ରାମ ଛକ ଠାରେ ସରକାରଙ୍କ ତରଫରୁ ଏକ ସୂଚନା ଫଳକ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଲାଗି ଥିଲା ।

ଉକ୍ତ ସୂଚନା ଫଳକରେ ଫୁଳୁକିମୁଣ୍ଡା ପି ଡ ବ୍ଲୁ ଡି ରାସ୍ତା ରୁ ପିଙ୍ଗଲମୁଣ୍ଡା ଗ୍ରାମ କୁ ରାସ୍ତା ଲେଖା ହୋଇଥିବା ଦେଖିବାକୁ ମିଳିଛି । ଏହି ଲେଖା ଦେଖି ଗ୍ରାମ ବାସୀ ମାନେ ରାସ୍ତା ନିର୍ମାଣ ହେବ ବୋଲି ଖୁସିର ଆତ୍ମା ବିଭୋର ହୋଇପଡ଼ିଥିଲେ । ହେଲେ କୌଣସି କାରଣରୁ ଉକ୍ତ ରାସ୍ତା ନିର୍ମାଣ ନ ହେବା ରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଗକୁ ଉକ୍ତ ରାସ୍ତା ନିର୍ମାଣ ନ ହେଲେ ଭୋଟ ବର୍ଜନ କରିବେ ବୋଲି ପ୍ରକାଶ କରିଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ବିଭାଗ ଜେ ଇ ନବୀନ ବାହାଲା ଙ୍କୁ ପଚାରିବାରୁ ବ୍ଲକ ପ୍ରଶାସନ ତରଫରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ହସ୍ତାନ୍ତର ହୋଇନଥିବା କାରଣରୁ ନୂତନ ରାସ୍ତା ନିର୍ମାଣ ପାଇଁ ବିଭାଗ ତରଫରୁ ସରକାରଙ୍କୁ କୌଣସି ପ୍ରସ୍ତାବ ଦିଆ ଯାଇ ପାରୁନଥିବା ପ୍ରକାଶ କରିଥିଲେ । ଏହା ସହ ଉକ୍ତ ସୂଚନା ଫଳକ ବିଷୟରେ ସେ କିଛି ଜାଣି ନଥିବା କହିଥିଲେ । ବିଡ଼ିଓ ବିଜୟାନନ୍ଦ ଷଡଙ୍ଗୀ ଙ୍କୁ ପଚାରିବାରୁ ଉକ୍ତ ବିଷୟରେ ମୁ ଅବଗତ ନାହିଁ ରାସ୍ତା ବିଷୟରେ ବୁଝି କହିବି ବୋଲି ପ୍ରକାଶ କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଧ୍ୟାନ ଦେଇ ପିଙ୍ଗଲମୁଣ୍ଡା ଗ୍ରାମ କୁ ପକ୍କା ରାସ୍ତା ଖଣ୍ଡେ ନିର୍ମାଣ କରାଇ ଦେବା ପାଇଁ ଦାବି ହେଉଛି ।