ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )୪ ଦଫା ଦାବୀ ନେଇ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ଡାକରା ରେ ବୌଦ୍ଧ ଜିଲ୍ଲା ର ସମସ୍ତ ପ୍ରାଣୀ ଚିକିତ୍ସକ ୧୮.୦୧.୨୦୨୪ ଠାରୁ ସମୂହ ଛୁଟି ରେ ଅଛନ୍ତି। ଜିଲ୍ଲା ରେ କାର୍ଯ୍ୟରତ ସମସ୍ତ ୧୮ ଜଣ ପ୍ରାଣୀ ଚିକିତ୍ସକ ସମୂହ ଛୁଟି ରେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ରେ ପ୍ରାୟ ୧ ମାସ ହେବ ଧାରଣାରତ ।ଫଳରେ ମାସେ ହେଲାଣି ଜିଲ୍ଲା ର ୩ ଟି ବ୍ଲକ ରେ ଥିବା ୭ ଟି ପ୍ରାଣୀ ଚିକିତ୍ସାଳୟ ରେ ପ୍ରାଣୀ ଚିକିତ୍ସା ସେବା ଠପ୍ । ସରକାର ମଧ୍ୟ ପ୍ରାଣୀଧନ ନିରୀକ୍ଷକ ମାନଙ୍କ ଉପରେ ୭ ଗୋଟି ପ୍ରାଣୀ ଚିକିତ୍ସାଳୟ ର ଚିକିତ୍ସା ଦାୟିତ୍ଵ ନ୍ୟସ୍ତ କରି ଚୁପ୍ ହୋଇ ବସିଛନ୍ତି।

ଏହା ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଗରିବ ଚାଷୀ ଓ ପ୍ରାଣୀ ପାଳକ ମାନେ। ଗାଈ,ଗୋରୁ,ଛେଳି, ମେଣ୍ଢା, କୁକୁର ଆଦି ନିରୀହ ପ୍ରାଣୀ ମାନେ ସଠିକ୍ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ସମସ୍ତ ପ୍ରାଣୀ ଚିକିତ୍ସାଳୟ ରେ ଡାକ୍ତର ମାନଙ୍କ ଅନୁପସ୍ଥିତି ଯୋଗୁଁ ଜିଲ୍ଲାରେ ପ୍ରାଣୀ ଚିକିତ୍ସା ସେବା ରେ ଅଚଳାବସ୍ଥା ସୃଷ୍ଟି ହୋଇଛି।ପ୍ରାଣୀ ଚିକିତ୍ସା ସେବା ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ର ହିତାଧିକାରୀ,ତଥା ରାଜ୍ୟ ଯୋଜନା ଅନ୍ତର୍ଗତ ଗାଈ,ଛେଳି,କୁକୁଡ଼ା ଫାର୍ମ ଆଦି ର ସରକାରୀ ସବସିଡ଼ି ପାଇବାକୁ ଗରିବ ହିତାଧିକାରୀ ତଥା ମହିଳା ସ୍ଵୟଂ ସହାୟକ ଦଳ ର ମା ମାନେ ବଞ୍ଚିତ ହେଉଛନ୍ତି ଯାହା ପାଇଁ ଜନ ଅସନ୍ତୋଷ ତୀବ୍ର ହେବା ରେ ଲାଗିଛି।

ଦିନ ଚାଷୀ ଙ୍କ ମଧ୍ୟରେ ବଢୁଥିବା ଏହି ପୁଞ୍ଜିଭୂତ ଅସନ୍ତୋଷ ର ଫଳସ୍ୱରୁପ ଗତକାଲି ଦୁଗ୍ଧ ସମବାୟ ସମିତି ସମୂହ ର ସଭ୍ୟ, ମହିଳା ସ୍ୱୟଂ ସହାୟକ ଦଳ ର ହିତାଧିକାରୀ,ଚିକିତ୍ସା ପାଇବାରୁ ବଞ୍ଚିତ ଶତାଧିକ ଚାଷୀ ନିଜର ଗାଈ ବାଛୁରୀ ଆଦି ଧରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ତା ପରେ ସମବେତ ସମସ୍ତ ଅସନ୍ତୋଷ ଦୁଗ୍ଧ ଚାଷୀ ,ପ୍ରାଣୀ ପାଳକ ଓ ମହିଳା ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ରେ ଯାଇଥିଲେ।ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ଦେଇଥିଲେ। ଅପର ପକ୍ଷରେ ସରକାର ଙ୍କ ସହିତ ପ୍ରାଣୀ ଚିକିତ୍ସା ସେବା ସଂଘ ର ଆଲୋଚନା ବିଫଳ ହେବାପରେ ପ୍ରାଣୀ ଚିକିତ୍ସକ ମାନଙ୍କ ଆନ୍ଦୋଳନ ମଧ୍ୟ ଆହୁରି ତୀବ୍ରତର ହେବାରେ ଲାଗିଛି।

ଆଜିଠାରୁ କଟକ ସ୍ଥିତ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ରେ ଗଣ ଧାରଣା ଓ ୨୦ ତାରିଖରୁ ଆମରଣ ଅନଶନ ରେ ବସିବେ ବୋଲି ସଂଘ ପ୍ରକାଶ କରିଛି।ଗୋଟିଏ ପଟରେ ପ୍ରାଣୀ ଚିକିତ୍ସକ ଙ୍କ ଦାବୀ ପୂରଣରେ ସରକାର ଙ୍କ ନୀରବତା ଅପର ପକ୍ଷରେ ପ୍ରାଣୀ ଚିକିତ୍ସକ ଙ୍କ ଆନ୍ଦୋଳନ କୁ ତୀବ୍ରତର କରିବାର ଜିଦ୍ ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ଗରିବ ପ୍ରାଣୀ ପାଳକ।ଫଳ ସ୍ୱରୂପ ଚିକିତ୍ସା ଅଭାବରୁ ଅକାଳ ରେ ଯାଉଛି ନିରୀହ ପ୍ରାଣୀ ଙ୍କ ଜୀବନ ଓ ଦୁର୍ବିସହ ହେବାରେ ଲାଗିଛି ଗରୀବ ପ୍ରାଣୀ ପାଳକ ଙ୍କ ଜୀବିକା ।ଦେଖିବାକୁ ବାକି ରହିଲା ପ୍ରାଣୀ ପାଳକ ଙ୍କ ଆୟ କୁ ବହୁ ଗୁଣିତ କରିବା ର ଡିଣ୍ଡିମ ପିଟୁଥିବା ସରକାର ଙ୍କ ଆଗାମୀ ଦିନରେ ଭୂମିକା l