ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ରାଜ୍ୟ ସରକାରଙ୍କ ରାଜ୍ୟ ସଡ଼କ ପରିବହନ ନିଗମ ର ଆମ ବସଷ୍ଟାଣ୍ଡ ଯୋଜନା ଅଧୀନରେ ବୀରମହାରାଜପୁର ଠାରେ ନବନିର୍ମିତ ଅତ୍ୟlଧୁନିକ ବସଷ୍ଟାଣ୍ଡ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଉଦଘାଟନ କରିଥିଲେ l ବୀରମହାରାଜପୁର ର ବହୁ ପ୍ରତିକ୍ଷିତ ନୂତନ ବସଷ୍ଟାଣ୍ଡ ଉଦଘାଟନ ଉତ୍ସବ ରେ ପୂର୍ବତନ ରାଜ୍ୟ ବାଣିଜ୍ୟ ପରିବହନ ଯୋଜନା ଓ ସଂଯୋଜନା ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି କାର୍ତ୍ତିକେୟନ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l

୩ କୋଟି ୫0ଲକ୍ଷ ଟଙ୍କା ରେ ନିର୍ମାଣ ହୋଇଥିବା ନୂତନ ବସଷ୍ଟାଣ୍ଡ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରିମୋଟ ଜରିଆରେ ଫଳକର ଉନ୍ମୋଚନ କରିଥିଲେ l ଓଡିଶା ରାଜ୍ୟ ପୋଲିସ ହାଉସିଂ ବୋର୍ଡ ର ପ୍ରତ୍ୟକ୍ଷ ତ୍ବତ୍ୟାବଧାନ ରେ ନିର୍ମାଣ ହୋଇଥିବା ଉକ୍ତ ବସଷ୍ଟାଣ୍ଡ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବିଶେଷ ସହାୟକ ହୋଇ ପାରିବ l

ବୀରମହାରାଜପୁର ଠାରେ ଆୟୋଜିତ ଉଦଘାଟନ ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା,ଜିଲ୍ଲାପାଳ ଅନ୍ୟା ଦାସ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ଲଲାଟେନ୍ଦୁ ସି,ଆର ଟି. ଓ ଅକ୍ଷୟ କୁମାର ଜେନା ଆର. ଓ ଏସ ଆର ଟି ସି ଜିଲ୍ଲା ପରିଚାଲକ ମାନସୀ ଲକ୍ଷ୍ମୀ, ବି ଡି ଓ ରଘୁନାଥ ପାଣିଗ୍ରାହୀ, ତହସିଲଦାର ଅମୃତଲାଲ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ,ଶୟମ୍ଭୁ ନାଥ ଖଣ୍ଡଗିରି,କିଶୋର ହୋତା ଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ବୃନ୍ଦ , ବୀରମହାରାଜପୁର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l