ଧର୍ମଗଡ଼ :  (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଧର୍ମଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ମୋଦି ସରକାରଙ୍କ ସଂକଳ୍ପ ସଂଗଠିତ ନାରୀ ସଶକ୍ତି ଵା ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ କର୍ମଶାଳା ସ୍ଥାନୀୟ ହୋଟେଲ୍ ରାଜ ସଭାଗୃହ ଠାରେ ଜିଲ୍ଲା ସଂଯୋଜିକା ନମିତା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳା କୁ ମଞ୍ଚ ପରିଚାନା କରିଥିଲେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତି ସା ପରିଚାଳନା ବେଳେ ମୁଖ୍ୟ ଅତିଥି ଭାବରେ ସାଂସଦ ବସନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, କେନ୍ଦ୍ରୀୟ ସଦସ୍ୟ ଧନଞ୍ଜୟ ପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ, ଯୁବ ମୋର୍ଚ୍ଚା ଛତିଶଗଡ଼ ପ୍ରଭାରୀ ଦୀପ ଜ୍ୟୋତି ମୁଣ୍ଡ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ବଲାଙ୍ଗୀର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରତ ଅତିଥି ଅପ୍ରେସ ସ୍ଵାଇଁ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ନିରୁପମା ନିରୁପମା ନାଏକ, ସମେତ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ମଣ୍ଡଳ ରୁ ବହୁ ସଂଖ୍ୟା ରେ ମହିଳା କର୍ମୀ ଉକ୍ତ କର୍ମଶାଳାରେ ଯୋଗ ଦେଇଥିଵା ବେଳେ ମୁଖ୍ୟ ଅତିଥି ମାନେ ଉପସ୍ଥିତ ଥିବା ମହିଳା ମାନଙ୍କୁ ମେଦି ସରକାର ମହିଳା ମାନଙ୍କୁ ବିଭିନ୍ନ ଯୋଜନା କରୁଥିବାବେଳେ ରାଜ୍ୟ ସରକାର ସେହି ଯୋଜନା କୁ ନିଜ ଯୋଜନା ଵୋଳି କହି ଲୋକ ଙ୍କୁ ଭୂୟାଁ ଵୁଲୋଉଛି

ଏଣୁ ପ୍ରତ୍ୟେକ ଗାଁ ଗାଁ ବୁଲି ଓ ଘର ଘର ବୁଲି ବୁଝାଇ ଵା ପାଇଁ ଉକ୍ତ କର୍ମଶାଳାରେ ଯୋଗ ଦେଇଥିଵା ମହିଳା ମାନଙ୍କୁ ଗୁରୁମନ୍ତ୍ର ଦେଇଥିବା ଵେଳେ। ଦାଦା ସାହେବ ଆଇକନ ତଥା ଡିପିଆଇଏଏଫ ଏନ୍,ଜି,ଓ ସଂସ୍ଥା ପକ୍ଷରୁ ଓଡିଶାର ଵେଷ୍ଟ ଆଇକନ ଏମ,ପି ଭାବରେ ସମ୍ମାନିତ ହୋଇଥିବା ସାଂସଦ ବସନ୍ତ ପଣ୍ଡା ଙ୍କୁ ସମ୍ବର୍ଧନା କରାଯାଇଥିଲା। କର୍ମଶାଳା ରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏଵଂ କାର୍ଯ୍ୟ କର୍ତ୍ତା କୁ ରାଜ୍ୟ ମହିଳା ମୋର୍ଚ୍ଚା ସଭ୍ୟା ହିମାଗିନି ହଂସ ଧନ୍ୟବାଦ ଅର୍ପଣ କରିଥିଲେ।