ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜୱାହର ନବୋଦୟ ବିଦ୍ୟାଳୟ ,ପାଲଝର ତରଫରୁ ବରିଷ୍ଠ ଶିକ୍ଷକ ଶ୍ରୀ ଦିଲୀପ କୁମାର ବାଡତ୍ୟା ଙ୍କ ପ୍ରଚେଷ୍ଟା ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ(ଏଫ.ଏଲ.ଏନ.) କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହେଇଯାଇଛି। ବୌଦ୍ଧ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଲ ପ୍ରଧାନଙ୍କ ଅନୁମତି କ୍ରମେ ମୌଳିକ ସାକ୍ଷରତା ,ଆବୃତ୍ତି ,ପଠନ କାର୍ଯ୍ୟକ୍ରମରେ ପ୍ରଥମେ ବାଳାଶ୍ରମ ର ସଚିବ ଶ୍ରୀ ନବୀନ ଚନ୍ଦ୍ର ବଘାର ସ୍ଵାଗତ ଭାଷଣ ଦେଇ ଥିଲେ ।

ବରିଷ୍ଠ ଶିକ୍ଷକ ଶ୍ରୀ ଦିଲୀପ କୁମାର ବାଡତ୍ୟା ତାଙ୍କ ବକ୍ତବ୍ୟରେ ସଂଖ୍ୟା ଜ୍ଞାନ , ଆବୃତି ଓ ପଠନ ଉପରେ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ ପିଲାମାନକୁ ଗଳ୍ପ ମାଧ୍ୟମ ରେ ନୈତିକ ଶିକ୍ଷା ଦ୍ଵାରା ଉତ୍ସାହିତ କରିଥିଲେ ଓ ଅନ୍ତେବାସୀ ମାନଙ୍କୁ ମାନସିକ ପରାମର୍ଶ ଦେଇ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ରେ କବିତା ଆବୃତ୍ତି ,ପଠନ ବିଭାଗରେ ପ୍ରତିଯୋଗୀତା ଆୟୋଜିତ କରାଯାଇଥିଲା ।

ଆଶ୍ରମ ରେ ରହୁଥିବା ସମସ୍ତ ଅନ୍ତେବାସୀ ମାନଙ୍କ ଭିତରେ ଉତ୍ସାହ ର ବାତାବରଣ ଦେଖିବାକୁ ମିଳିଥିଲା ।ପରିଶେଷ ରେ ସମସ୍ତ ବିଜେତା ମାନଙ୍କୁ ପୁରସ୍କାର ସହିତ ପ୍ରମାଣ ପତ୍ର ଦିଆ ଯାଇ ଥିଲା । ଶେଷରେ ବାଳାଶ୍ରମ ସଚିବ ଶ୍ରୀ ନବୀନ ଚନ୍ଦ୍ର ବଘାର ଉପସ୍ଥିତ ଥିବା ସମସ୍ତଙ୍କୁ ସଦସ୍ୟ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ଆଶ୍ରମ ର ଶିକ୍ଷୟିତ୍ରୀ ଲିପିକା ଦେହୁରୀ ଓ ଦମୟନ୍ତୀ ହେମ୍ବ୍ରମ ସହଯୋଗ କରିଥିଲେ ।