କାଶୀପୁର : (ଅଞ୍ଜନ କୁମାର ନାଏକ)କିସ ଅନୁଷ୍ଠାନ ତରଫରୁ ରାୟଗଡା ସ୍ଥିତ କିସ ଅଭିଭାବକଙ୍କ ସମ୍ବିଳନୀ ଅନୁଷ୍ଠିତ କରାଯାଇଛି।ଏହି ସମ୍ମିଳନୀରେ କିସର ସଂଯୋଜକ ରୋନୀତ ଶବର ,କଲିଙ୍ଗ ଟିଭି ବ୍ୟୁରୋହେଡ ଅମୂଲ୍ୟ ରତ୍ନ ସାହୁ ,କିସ ଛାତ୍ରଛାତ୍ରୀ ଅବିଭାବକ ସଭାପତି ବୁଡୁ କୋଣ୍ଡାଗିରି , ସମ୍ପାଦକ ଶ୍ରୀନିବାସ ତାଡିଙ୍ଗି, ସମାଜସେବୀ ଘାଷିରାମ ମାଝି , ଉପଦେଷ୍ଟା ଚିତ୍ରଶେନ ମାଝି ପ୍ରମୂଖ ଉପସ୍ଥିତ ଥିଲେ ।କିସ ଛାତ୍ର ଡଃ ସଲୋତେଷ କୁମାର ମିନିଯାକା ଏହି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ।କିସ ଅନୁଷ୍ଠାନ ସହିତ କିସରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ଅବିଭାବକ ମାନଙ୍କ ସୁସମ୍ପର୍କ ପ୍ରତିଷ୍ଠା , ଶିକ୍ଷାକୁ ରାୟଗଡା ଜିଲ୍ଲାରେ ସାର୍ବଜନୀନ କରିବା , ନାରୀ ଶିକ୍ଷାର ବିକାଶ ସମେତ କିସ ଅନୁଷ୍ଠାନର ଏକ ସାଖା ରାୟଗଡା ଜିଲ୍ଲାରେ ପ୍ରତିଷ୍ଠାନେଇ ଆଲୋଚନା ହୋଇଥିଲା ।

କିସର ସଂଯୋଜକ ରୋନୀତ ଶବର ଏହି ବୈଠକର ଆଭିମୂଖ୍ୟ ସମ୍ପର୍କରେ କହିଥିଲେ । ବରିଷ୍ଠ ସାମାବାଦିକ ଅମୂଲ୍ୟ ରତ୍ନ ସାହୁ ରାୟଗଡା ଜିଲ୍ଲାରେ କିସ ର ଶାଖା ପ୍ରତିଷ୍ଠା ହେଲେ ସମାଜର ଆର୍ଥୀକ ପଛୁଆବର୍ଗର ଛାତ୍ରଛାତ୍ରୀ କିଭଳି ଉପକୃତ ହେବେ ସେଥିନେଇ ଗୁରୁତ୍ବାରୋପ କରିଥିଲେ । ସେହିଭଳି ଘାଷିରାମ ମାଝି ମଧ୍ୟ ଅବିଭାବକ ଙ୍କ ସହିତ ଅନୁଷ୍ଠାନ ର କର୍ମକର୍ତା ମାନଙ୍କ ଉଚିତ ସମ୍ମନ୍ବୟ ରକ୍ଷା କରାଗଲେ ସୁଶ୍ଥ ପରମ୍ପରା ଗଢିଉଠିବ ବୋଲି କହିଥିଲେ ।ଆଗାନୀ ଦିନରେ ସମସ୍ତ ଅବିଭାବକ କିସ ପ୍ରତିଷ୍ଠାତା ଡଃ ଅତ୍ୟୁତ ସାମାନ୍ତଙ୍କ ସହିତ କିଶ ରାୟଗଡା ଶାଖା ପ୍ରତିଷ୍ଠାନେଇ ଆଲୋଚନା କରିବା ନେଇ ସ୍ଥିରିକୃତ ହେଲା ।ଏହି ବୈଠକରେ 5 ଶହରୁ ଉର୍ଧ ଅବିଭାବକ ସାମାଲ ହୋଇଥିଲେ ।