ଧର୍ମଗଡ : ୯/୨(ହେମନ୍ତ କୁମାର ମାଝୀ)ପୂର୍ବରେ ଜନତା ନାଚିଲେ ,ବର୍ତ୍ତମାନ ନେତା ଙ୍କ ପାଳି-ସାଧାରଣ ଜନତା ଦର୍ଶକ ସାଜି କର ତାଲି ମାରିବା ବେଳ ଆସିଛି ବୋଲି ସାଧାରଣ ରେ ଏବେ ଚର୍ଚ୍ଚା ଜୋର ଧରିଛି।କିଛି ଦିନ ହେଲା ଜୁନାଗଡ଼ ବିଧାୟକ ଓ ଧର୍ମଗଡ ବିଧାୟକ ଙ୍କ ନାଚ କୁ ନେଇ ସୋସିଆଲ ମେଡିଆ ରେ ଖୁବ ଚର୍ଚ୍ଚାଧରିଛି।ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପଞ୍ଚାୟତସ୍ତରୀୟ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି।

ଏଥିରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ମୌସୁଧି ବାଗ ନିଜନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ ନାଚ ରେ ନୃତ୍ୟକାରୀ ଙ୍କ ସହ ତାଳ ମିଳାଇ ନାଚିବା ଦୃଶ୍ୟ ଦେଖିବାକୁ ମିଳିଛି।ଯାହା ଏବେ ସୋସିଆଲ ମେଡ଼ିଆ ରେ ଘୁରିବୁଲୁଛି।ତେବେ ନାଚ ରାଜନୀତି ରେ ଦିବ୍ୟଶଙ୍କର ଆଗରେ ଥିବା ବେଳେ ମୌସୁଧି ବାଗ ଟିକେ ପଛରେ ପଡିଯାଇଥିବା ଆଲୋଚନା ହେଉଛି।ଅନ୍ୟପଟେ ଦୁହିଁଙ୍କ ନାଚ କୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି।ଇତି ମଧ୍ୟରେ ବିଧାୟକ ହୋଇ ୫ବର୍ଷ ବିତି ଯାଇଥିଲେ ମଧ୍ୟ ଅଞ୍ଚଳ ର ସମସ୍ୟା ଦୂର ହୋଇପାରିନାହିଁ।

ବିଶେଷ ଭାବେ ଉନ୍ନତ ଶିକ୍ଷା ସ୍ୱାସ୍ଥ୍ୟ ଭଳି ସମସ୍ୟା ଏବେ ବି ଅଞ୍ଚଳ ରେ ଭରପୁର ରହିଛି।କୋଉଠି ଶିକ୍ଷକ ନାହାନ୍ତି ତ କୋଉଠି ବିଦ୍ୟାଳୟ ଗୃହ ନାହିଁ।ଏପରିକି ସ୍ୱାସ୍ଥ୍ୟ କଥା ଉଠିଲେ ଭଗବାନ ଭରସା ରେ ଲୋକ ବଞ୍ଚି ରହିଥିବା ଅଭିଯୋଗ ହେଉଛି। ଅଞ୍ଚଳର ଚାଷୀ ଙ୍କ ସମସ୍ୟା ନ କହିବା ଭଲ-ଝାଳ ଉପାର୍ଜିତ ବର୍ଷେକ ର ଚାଷ କୁ ମଣ୍ଡି ର ଅବ୍ୟବସ୍ଥା ଯୋଗୁଁ ବହୁକମ ମୂଲ୍ୟରେ ଦଲାଲ ହାତ କୁ ଟେକିଦେବା ଘଟଣା ମନ ରୁ ପାସୋରି ପାରୁନି।ସେଭଳି ଅଞ୍ଚଳରେ ଦାଦନ ଶ୍ରମିକ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ଦୈନ ଦିନ ଦାଦନ ଙ୍କ କରୁଣ କାହାଣୀ ଅଞ୍ଚଳ ପାଇଁ ପରିଚୟ ସୃଷ୍ଟି କରିଛି।ସରକାର ଙ୍କ ବିଭିନ୍ନ ଯୋଜନା ବାଟ ବଣା ଦେଖା ଦେଇଛି।

ଏପରିସ୍ଥଳେ ସାଧାରଣ ଜନତା ଙ୍କ ମୁହଁରେ ଦୁଃଖଦ ଭାବ ଦେଖା ଦେଇଥିବା ବେଳେ ଦୁଇ ବିଧାୟକ ନାଚ ମାଧ୍ୟମରେ ହସ ଫୁଟାଇବା ପ୍ରୟାସ ମୂଲ୍ୟହୀନ ବୋଲି ବିରୋଧୀ ଆଲୋଚନା କରିଛି।କେବଳ ନିଜ ଦୁର୍ବଳତା କୁ ଘୋଡାଇବାକୁ ଚେଷ୍ଠା କରୁଛନ୍ତି ଵୋଲି କଂଗ୍ରେସ ଵରିଷ୍ଟ ନେତା ଦିଗାମ୍ବର ଦୁରିଆ ଅଭିଯୋଗ କରୁଛନ୍ତି ଏନେଇ ଉଭୟ ଵିଧାୟକ ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ହୋଇପାରିନଥିଲା।