ହରଭଙ୍ଗା :୮ /୨ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବାନୀଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର ପଡ଼ିଆ ଠାରେ ଚାଲିଥିବା ପ୍ରଥମ ସେବା ମହୋତ୍ସବ କାର୍ଯ୍ୟକ୍ରମ ରେ ସମାଜ ସେବୀ ପୁରସ୍କାର ରେ ସମ୍ମାନିତ ହେଲେ ନୟାଗଡ ଜିଲ୍ଲା ର ଦୁଇଜଣ ସମାଜସେବୀ।ସୂଚନା ମତେ ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ଦ୍ୱାରା ସ୍ଥାନୀୟ ଜଗନାଥ ମନ୍ଦିର ପଡ଼ିଆ ଦୁଇଦିନ ଧରି ପ୍ରଥମ ସେବା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ସେବା ମହୋତ୍ସବ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ସମସ୍ତ ସମାଜ ସେବୀ ମାନଙ୍କୁ ସମାଜ ସେବୀ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା।

ଏହି କ୍ରମରେ ନୟାଗଡ଼ ଜିଲ୍ଲା ର ଦୁଇଜଣ ସମାଜ ସେବୀ ଶ୍ରୀହରି ନାୟକ ଓ ସାଗର ପଟନାୟକ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶ୍ରୀହରି ନାୟକ ଯିଏ କି ପ୍ରତ୍ୟକ ସମୟରେ ଲୋକ ମାନଙ୍କ ସାଥିରେ ରହି ଲୋକ ମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ସହିତ ତାଙ୍କ ସୁଖ ଦୁଃଖ ରେ ସାମିଲ ହେବା ପାଇଁ ଭଲ ପାଇଥାନ୍ତି। ଖାଲି ସେତିକି ନୁହେଁ କରୋନା ସମୟରେ ଯେତେବେଳେ ଲୋକ ଘରୁ ବାହାରୁ ନଥିଲେ ସେହି ସମୟରେ ଘରକୁ ଘର ଯାଇ ଲୋକ ମାନଙ୍କୁ ଔଷଧ ବାଣ୍ଟିବା ସହିତ ସହିତ ହଜାର ହଜାର ଲୋକଙ୍କୁ ମାସ୍କ, ସାନିଟାଇଜର ବାଣ୍ଟି ଥିଲେ।

ଏବଂ କରୋନା ରେ ଆକ୍ରାନ୍ତ ରୋଗୀ ଙ୍କୁ ନିଜ ର ଏକ ବ୍ୟକ୍ତିଗତ ଆମ୍ବୁଲାନ୍ସ ଗାଡି ରେ ଡାକ୍ତରଖାନା କୁ ପଠାଉ ଥିଲେ। ସେହିଭଳି ସାଗର ପଟନାୟକ ମଧ୍ୟ ସବୁ ବେଳେ, ସବୁ ସମୟ ରେ ନିରୀହ ଦୁଃଖୀ ରଙ୍କି ଙ୍କ ସାଙ୍ଗରେ ରହି ତାଙ୍କ ସେବା କରିବା ପାଇଁ ନିଜକୁ ସବୁବେଳେ ନିୟୋଜିତ କରିଥାନ୍ତି। ତାଙ୍କ ର ସବୁ ସୁବିଧା ଅସୁବିଧା କୁ ପଚାରି ବୁଝି ସହାୟତ ର ହାତ ବଢ଼ାଇ ଥାନ୍ତି।ଏହି ଭଳି ମହାନ ବ୍ୟକ୍ତି ଙ୍କୁ ମଞ୍ଚ ଉପରେ ପାଇ ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ହରାଭଙ୍ଗା ବ୍ଲକ ମଧ୍ୟ ଧନ୍ୟ ମନେ କରିଥିଲା। ଏବଂ ଏହି ଦୁଇଜଣ ମହାନ ବ୍ୟକ୍ତି ଙ୍କୁ ସମାଜସେବୀ ପୁରସ୍କାର ରେ ପୁରସ୍କୃତ କରିଥିଲେ।