ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଆର ସି ଡି ହାଇସ୍କୁଲ ପଡିଆ ଠାରେ ଟି -ଫାର୍ମ କମ୍ପାନୀର ଆୟୋଜନରେ ମାଟା ଡଙ୍ଗରି ଏଫ ପି ଓ ରେ ବାର୍ଷିକ ଅଧିବେଶନ ଓ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ଓରମାସ କମ୍ପାନୀର ଡେପୁଟି ସିଇଓ ଆଲୋକ ଉମା ମହେଶ୍ଵର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିଲା l

ଏହି ଚାଷୀ ସମ୍ମିଳିନୀ ରେ ମୁଖ୍ୟ ଅତିଥି ଭାବେ କେସିସି ଚେୟାରମ୍ୟାନ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, OBC-FDCC ଚେୟାର ମେନ ରାମ କୃଷ୍ଣ ବିଶୋଇ, ନବରଙ୍ଗପୁର କେ ସି ସି ବ୍ୟାଙ୍କ ବିଏମ ଶଙ୍କର ପ୍ରସାଦ ରଥ, ନବରଙ୍ଗପୁର ଲ୍ୟାମ୍ପ ଏମଡି ପ୍ରଦୀପ କୁମାର ମିଶ୍ର, ନବରଙ୍ଗପୁର ଲ୍ୟାମ୍ପ ସଭାପତି ଭୀମ ହରିଜନ ଏବଂ ଟି ଫାର୍ମ CEO ସ୍ୱାଧୀନ ନାୟକ ପ୍ରମୁଖ ଉପସ୍ଥିତ ରହିଚାଷୀ ଓ ଚାଷ ରେ ଉନ୍ନତି ପାଇଁ ସରକାର ଙ୍କ ର ବିଭିନ୍ନ ଯୋଜନା ସମ୍ପର୍କ ରେ ନିଜର ନିଜର ମତ ରଖିଥିଲେ l

କେ ସି ସି ବ୍ୟାଙ୍କ ତରଫରୁ ପ୍ରଥମ କିସ୍ତି ବାବଦରେ ମକ୍କା ଚାଷୀଙ୍କୁ ବିନା ସୁଧ ରେ ପ୍ରମାଣ ପତ୍ର ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଗଲା l ଏହି FPO ମାଧ୍ୟମ ରେ ଚାଷୀ ମାନେ ସାର,ବିହନ,କୀଟ ନାସକ ଔଷଧ ସବୁ କମ ଦାମ ରେ ପାଇବେ ଏବଂ ମକ୍କା ରେ ସୁଲଭ ବିକ୍ରି ପାଇଁ ଓରମାସ ଏବଂ ଟି ଫାର୍ମ କମ୍ପାନୀ ସମ୍ପୂର୍ଣ ସହଯୋଗ କରିବେ ବୋଲି ଚାଷୀଙ୍କୁ କହିଥିଲେ l ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମକ୍କା ମିଶନ ସହିତ ଜିଲ୍ଲାର ପ୍ରତ୍ୟକ ବ୍ଲକର ମକ୍କା ଚାଷୀ ମାନଙ୍କୁ ଯଡିତ ହେଇ ବିଶେଷ ଲାଭବାନ ହେଇ ପାରିବେ ବୋଲି କହିଥିଲେ l

ଏହି କାର୍ଯ୍ୟକ୍ରମ ରେ ୧୫୦୦ ରୁ ଉର୍ଦ୍ଧ ଚାଷୀ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ତ୍ରିଲୋଚନ ବେହରା ନବରଙ୍ଗପୁର FPO ମ୍ୟାନେଜର ସିଦ୍ଧାନ୍ତ ସୁମନ ଦାଶ, FPO କୋଡିନେଟର ସତ୍ୟମୋହନ ସାହୁ, ଯୁଗଳ କିଶୋର ଏବଂ ଷ୍ଟାପ ର କର୍ମଚାରୀ ପରିଚାଳନା କରିଥିଲେ l ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା !