କେଶିଙ୍ଗା :(ପ୍ରିତେଶ ପଟେଲ )କେସିଙ୍ଗା ବ୍ଲକ କୋକୋମୁଣ୍ଡା ଛକ ନିକଟସ୍ଥ ଗୋପାଳ ଏଗ୍ରୋ ନାମକ ଏକ କପା ମିଲ୍ ରେ ଆଜି ସକାଳ ପାଖାପାଖି ସାଢେ଼ ଆଠଟା ସମୟ ରେ ନିଆଁ ଲାଗି ଯାଇଥିଲା।ସୂଚନା ଅନୁଯାୟୀ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା ।ନିଆଁ କୁ ଲିଭାଇବା ପାଇଁ ତିନୋଟି ଦମକଳ କୁ ନିୟୋଜିତ କରିଥିଲେ ସୁଦ୍ଧା ନିଆଁ କୁ ଆୟତ କରିବା ପାଇଁ ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ଲାଗି ଯାଇଥିଲା ।

କେସିଙ୍ଗା ରୁ ଦୁଇଟି ଦମକଳ ବାହିନୀ ଓ ଭବାନୀପାଟଣା ର ଗୋଟିଏ ଦମକଳ ବାହିନୀ ଆସି ନିଆଁ କୁ ଆୟତ୍ତ କରିଥିଲେ ।ନିଆଁ ଯୋଗେ କେତେ କ୍ଷୟ କ୍ଷତି ଘଟିଛି ତାହା ଜଣା ପଡି ନଥିଲେ ମଧ୍ୟ ଆନୁମାନିକ ଲକ୍ଷାଧିକ ଟଙ୍କାର କ୍ଷତି ଘଟି ଥିବା ନେଇ ସନ୍ଦେହ କରାଯାଉଛି ।ଖବର ସଂଗ୍ରହ ପର୍ଯ୍ୟନ୍ତ ନିଆଁ କୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଥିଲେ ମଧ୍ୟ କାଳେ କୋଉଠି ନିଆଁ ରହି ଯାଇଥିବ ସେଥି ପାଇଁ ଅଗ୍ନିଶମ ବାହିନୀର କର୍ମ କର୍ତ୍ତା ମାନେ ସେଠାରେ ରହି ତଦାରଖ କରୁଛନ୍ତି