ପାଟଣଗଡ଼ ବ୍ୟୁରୋ:୦୨/୦୨ ( ନରେନ୍ଦ୍ର ନେଗୀ)ବିଦ୍ୟୁତ ଖୁଣ୍ଟର ସସ୍ପର୍ଶରେ ଆସି ଅଜଣା ଯୁବକଙ୍କ ମୃତ ହୋଇଥିବା ଜଣାପଡିଛି । ପାଟଣାଗଡ଼ ଧୂମାଭଟା ରାସ୍ତା ଟିଭିଏସ ଶୋରୁମ ନିକଟରେ ଥିବା ଧୀରେନ୍ଦ୍ର ନଗରରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପାଟଣାଗଡ଼ ପୁଲିସ ।

ପାରିପାର୍ଶିକ ସ୍ଥିତିରୁ ଉକ୍ତ ଯୁବକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥବା ପୁଲିସ ସନ୍ଦେହ କରୁଛି । ତେବେ ବାସ୍ତବରେ ଯୁବକଙ୍କ କେଉଁଠାର ଏବଂ ସେ ଏଠାକୁ କେମିତି ଆସିଲେ ଆଉ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି ।