ବେଳଗୁଣ୍ଠା : (ସୁଶାନ୍ତ କୁମାର ବେହେରା ) ଆଜି ବେଳଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ରକ୍ଷା ତାଲିମ ଶିବିର ର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ସଂଯୋଜିକା ଗିତାଶ୍ରୀ ସାମନ୍ତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଈ ଯାଇଅଛି। ଏହି କାର୍ଯ୍ୟକ୍ରମ କୁ ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରି ଦୈନ ଦିନ ଜୀବନ ରେ ମହିଳା ମାନଙ୍କ ପାଇଁ ଏହା ନିତାନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ଯେ କୌଣସି ସମୟ ରେ ଅସୁବିଧା ସ୍ଥଳେ ସର୍ବଦା ସହଯୋଗ ର ହାତ ବଢ଼ାଇ ସହଯୋଗ କରିବି ବୋଲି କଥା ଦେଇଥିଲେ।ମାଷ୍ଟର ଟ୍ରେନର ରିନା ଖଟାଇ ଓ ଇତିଶ୍ରୀ ସ୍ୱାଇଁ ଏହି ପ୍ରଶିକ୍ଷଣ ର ମୂଲ୍ୟ ବୋଧ କୁ ବୁଝାଇ ଥିଲେ।

ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥି ତଥା ଛାତ୍ରୀ ମାନଙ୍କ ଆଗରେ କିଛି କୌଶଳ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ସୁଜାତା ଷଡ଼ଙ୍ଗୀ, ସାମ୍ୱାଦିକ ଶିବରାମ ଚୌଧୁରୀ, ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ସଂପାଦକ ତଥା ସାମ୍ୱାଦିକ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ମହିଳା ମାନଙ୍କ ଅନ୍ତର୍ନିହିତ ଶକ୍ତି କୁ ଜନ ମାନସ ରେ ପ୍ରତିଫଳନ କରିବାକୁ ମତ ବ୍ୟକ୍ତ କରିଥିଲେ। ସାତ ଦିନ ଧରି ଚାଲିଥିବା ଏହି ତାଲିମ ଶିବିରରେ ତାଲିମ ଗ୍ରହଣ କରୁଥିବା ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମାନ ପତ୍ର ଦେଈ ଉତ୍ସାହିତ କରିଥିଲେ। ଶେଷରେ ସଂଜୋଯିକା ଶ୍ରୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।