ବେଲଗୁଣ୍ଠା :୩୦ /୦୧  (ସୁଶାନ୍ତ କୁମାର ବେହେରା ) ଆଜି ବେଳଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆଁ ଓ ଜଗନ୍ନାଥ ସଂସ୍କୃତି ଭାଷା ସମ୍ମିଳନୀ ଅନୁଷ୍ଠାନ ର ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଈ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଡକ୍ଟର କମ୍ବୁପାଣୀ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଓଡ଼ିଆ ପୁଅ ର ଭାଷା ଓ ସଂସ୍କୃତି ବିଶ୍ୱରେ ମହାନ ବୋଲି ମତ ପ୍ରକାଶ କରିଥିଲେ।

ଅବସର ପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ଓ ସଂସ୍କୃତି ବିଶ୍ଵ ଦରବାର ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ମତ ପ୍ରକାଶ କରିଥିଲେ। ଅବସର ପ୍ରାପ୍ତ ଅନ୍ୟତମ ସମ୍ମାନୀତ ଅତିଥି ଅଶୋକ କୁମାର ଷଡ଼ଙ୍ଗୀ ଭାଷା ସାହିତ୍ୟ ର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଲେଖିକା ସୁଜାତା ଷଡ଼ଙ୍ଗୀ ଯୋଗ ଦେଈ ଅପଭ୍ରଂଶ ହେଉଥିବା ଭାଷା କୁ ସୁରକ୍ଷା ଦେବାକୁ ହେଲେ ଲେଖକ ଓ ଲେଖିକା ମାନଙ୍କ ଦ୍ଵାରା ଓଡ଼ିଆ ପୁସ୍ତକ ସର୍ବଦା ପଢ଼ିବା ବିଧେୟ ବୋଲି ମତ ପ୍ରକାଶ କରିଥିଲେ।

ଡି.ରଶ୍ମିତା ବିନ୍ଧଣୀରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ତୁଲାଇ ଥିବା ବେଳେ ଓଡ଼ିଆ ଅଧ୍ୟାପିକା ଗୀତାଞ୍ଜଳୀ ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାବିଦ୍ୟାଳୟ ର ଏନ. ରାଜେନ୍ଦ୍ର ନାରାୟଣ ଆୟେଙ୍ଗାର ଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷ ରେ ଗ୍ରନ୍ଥାଗାରିଣି ଡି. ସଙ୍ଗୀତା ବିନ୍ଧାଣୀରା ଧନ୍ୟବାଦ ଅର୍ପଣ କରିଥିଲେ।