ସୁବର୍ଣ୍ଣପୁର: ( ଅଜିତ କୁମାର ପୁଜାହାରୀ)ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ସହ ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ । ପୋଡୋଶି ଜିଲ୍ଲା ବଲାଙ୍ଗିରରୁ ବାହାରି ଜିଲ୍ଲା ସଦର ବ୍ଲକ ହରଡଖୋଲ ସାଧାରଣ ସୁବିଧା କେନ୍ଦ୍ରରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ପରେ ସଦର ବ୍ଲକ ରୁଗୁଡିପାଲି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ ଏଠାରେ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୃକ୍ତ କର୍ମୀ ଓ ଶିଶୁଙ୍କ ପିତାମାତାଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ l

ପିଲାମାନଙ୍କୁ ଚକଲେଟ ବାଣ୍ଟି ଥିଲେ ରାଜ୍ୟପାଳ। ପରେ ରାଜ୍ୟପାଳ ସଦର ବ୍ଲକର ବାଙ୍କତେନ୍ତୁଳି ଗାଁରେ ପହଞ୍ଚିଲେ । ସେଠାରେ ଗ୍ରାମବାସୀ ଓ ସ୍ଥନୀୟ ଚାଷୀମାନଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ପରେ ବିନିକା ବ୍ଲକ କରତଙ୍ଗ ଗାଁକୁ ଯାଇ ପ୍ରଧାନ ମନ୍ତ୍ରୀ ଆବାସ ହିତାଧିକାରୀ ଘର ବୁଲି ଦେଖିଥିଲେ ସେହି କରତଙ୍ଗ ହାଇସ୍କୁଲ କୁ ପରିଦର୍ସନରେ ଯାଇ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ ।ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜେ ରୋଜଗାରକ୍ଷମ ହୋଇ ଆର୍ଥିକ ବିକାଶ କରିପାରୁଛନ୍ତି । ବିକଶିତ ଭାରତ ଓ ବିକଶିତ ପଞ୍ଚାୟତ ଗଠନ ପାଇଁ ନାରୀ ଶକ୍ତିର ଯୋଗଦାନ ରହିଛି । ପଞ୍ଚାୟତର ବିକାଶ ପାଇଁ ଶିକ୍ଷିତ ସମାଜ ଆବଶ୍ୟକ । ଗରିବୀ ହଟାଇବା ପାଇଁ ଶିକ୍ଷାର ଆବଶ୍ୟକତା ରହିଛି । ତେଣୁ ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ଅଭିଭାବକଙ୍କ ଦାୟିତ୍ୱ ବୋଲି ମହାମହିମ ରାଜ୍ୟପାଳ ରଘୁବିର ଦାସ କହିଛନ୍ତି ।