ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଖୋର୍ଦ୍ଧା – ବଲାଙ୍ଗୀର ରେଲୱେ ନିର୍ମାଣ କାର୍ଯ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଖୁବ ଜୋର ସୋର ରେ ଚାଲୁଥିବା ବେଳେ ଜୈନିକ ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ନେଇ ସାଧାରଣ ଜନତା ବିପଦକୁ ଆମନ୍ତ୍ରିତ କରୁଥିବା ଭଳି ବାସ୍ତବ ଚିତ୍ର ଆଜି ଦେଖିବାକୁ ମିଳିଛି। ଘଟଣା ଅନୁଯାଇ ଚାରିଛକ ତେଇଶିମାଇଲ ନିକଟରେ ଜୈନିକ ଏକ ରେଲୱେ ଠିକା ସଂସ୍ଥା ରେଲୱେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରଖିଛି।

ଉକ୍ତ ରାସ୍ତା ଦେଇ ପୂର୍ବରୁ ଯାଇଥିବା ବିଦ୍ୟୁତ ତାର ଓ ଖମ୍ବ ଉପରେ ଠିକା ସଂସ୍ଥା ପ୍ରାୟ ୨୫  ଫୁଟ ଉଚ୍ଚତାରେ ମାଟି ପକେଇ ତାର ଓ ଖମ୍ବକୁ ପୋତି ଦେଇଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟୁତ ଟି ସିଙ୍ଗାଣି ବିଡା ଗ୍ରାମକୁ ସଂଯୋଗ କରୁଥିବା ବେଳେ ପ୍ରାୟ ୧୫  ଜଣ ଉପଭୋକ୍ତା ବିଦ୍ୟୁତ ସେବା ପାଇପାରୁଥିଲେ। ଆଲୋଚନା ଓ ସମାଲୋଚନା ର ବିଷୟ ରେଲୱେ ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ଦ୍ୱାରା ଗ୍ରାମ ର ଉପଭୋକ୍ତା ମାନେ ବିଦ୍ୟୁତ ସେବା ରୁ ବଞ୍ଚିତ ହେବା ସହିତ ଉକ୍ତ ରାସ୍ତା ଉପରେ ମଧ୍ୟ ବିଦ୍ୟୁତ ସସ୍ପର୍ଶ ଆସିପାରେ ବୋଲି ବୁଦ୍ଧିଜୀବୀ ମହଲ ରେ ସମାଲୋଚନା ହେଉଛି।

ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ଅନ୍ୟ ପଟେ ବିଦ୍ୟୁତ ବିଭାଗ ଠାରୁ କୌଣସି ଅନୁମତି ନ ନେଇ ମାଟି ପକେଇ ପୋତି ଥିବା ନେଇ ବିଦ୍ୟୁତ ବିଭାଗ ର ଯନ୍ତ୍ରୀ ଙ୍କ ପାଖରୁ ସୂଚନା ମିଳିଛି। ସେହିପରି ବେଶେଷ ସୂତ୍ର ରୁ ଖବର ପାଇ ପୁରୁଣାକଟକ ବିଦ୍ୟୁତ ବିଭାଗ ପକ୍ଷରୁ ସିଙ୍ଗାଣିବିଡା ଗ୍ରାମକୁ ଯାଇଥିବା ବିଦ୍ୟୁତ ସରବରାହ କୁ ବିଛିନ୍ନ କରାଯlଇଛି ବୋଲି ମତ ରଖିଛନ୍ତି।ଅଣ ଓଡ଼ିଆ ଠିକା ସଂସ୍ଥା ର ଜୋର ଜବରଦସ୍ତି ମନମୁଖୀ କାର୍ଯ୍ୟ ପାଇଁ ସାଧାରଣ ଜନତା ବିପଦ କୁ ହାତ ଠାରି ଡାକୁଥିବା ବେଳେ ସିଙ୍ଗାଣିବିଡା ଗ୍ରାମବାସୀ ଅନିର୍ଦ୍ଧିଷ୍ଟ ଦିନ ପର୍ଯ୍ୟନ୍ତ ଅନ୍ଧାର ରେ ଜୀବନ ବିତାଇବା ବାସ୍ତବ ଅନୁମେୟ l ତେଣୁ ଜିଲ୍ଲାପାଳ ଉକ୍ତ ଘଟଣା କୁ ଦୃଷ୍ଟି ଦେଇ ଠିକା ସଂସ୍ଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ସମସ୍ୟା ର ସମାଧାନ କରି ଉକ୍ତ ଗ୍ରାମକୁ ଯଥା ଶୀଘ୍ର ବିଦ୍ୟୁତ ସଂଯୋଗ କରାଇବା ପାଇଁ ବୁଦ୍ଧିଜୀବୀ ଓ ସିଙ୍ଗାଣିବିଡା ଗ୍ରାମବାସୀ ଦାବି କରିଛନ୍ତି l