ହରଭଙ୍ଗା :୨୨/୦୧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ସତସଂଘ କେନ୍ଦ୍ର ଠାରେ ମଙ୍ଗଳବାର ଦିନ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଦିନ ମହା ସମାରୋହରେ ପାଳିତ ହୋଇଯାଇଛି l ଆଜି ସକାଳୁ ସହ ସହ ଶ୍ରଦ୍ଧାଳୁ ଭକ୍ତ, ଓ କର୍ମୀ ଙ୍କ ଗହଣରେ ରଥ ନଗର ପରିକ୍ରମା ସାରି ସତସଂଘ କେନ୍ଦ୍ର ରେ ପହଞ୍ଚିଥିଲା l

ଏହି ଜନ୍ମ ଦିନ ମହୋତ୍ସବ ସମାରୋହରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାର ଙ୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥିଭାବେ NAC ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି ଉପସ୍ଥିତ ରହିଥିବା ବେଳେ ମୁଖ୍ୟବକ୍ତା ଭାବେ ଜଗନ୍ନାଥ ବିଶ୍ୱାଳ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଅମୀୟ ଭାବlପର୍ଣ୍ଣ ବିଶେଷ ଭାବେ ଯୁଗ ସମସ୍ୟାର ସମାଧାନ ରେ ଠାକୁର ଙ୍କ ଆବଶ୍ୟକତା ଉପରେ ଉପସ୍ଥିତ ଥିବା ଭକ୍ତ କର୍ମ କର୍ତ୍ତା ଙ୍କ ଭିତରେ ଆଲୋକପାତ କରିଥିଲେ l

ଠାକୁର ଙ୍କ ଏହି ଜନ୍ମ ଦିନ ସମାରୋହରେ ବୌଦ୍ଧ ଜିଲ୍ଲା ସମେତ ଫୁଲବାଣୀ, ଅନୁଗୁଳ, ସୋନପୁର ଜିଲ୍ଲାର ପ୍ରାୟ ୧୨୦୦ ଶ୍ରଦ୍ଧାଳୁ ଭକ୍ତ, କର୍ମୀ ଯୋଗ ଥିବା ବେଳେ କିଛି ଭକ୍ତ ସଦ ଶିକ୍ଷା ଗ୍ରହଣ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜକ ପୁରୁଣାକଟକ ସତସଂଘ କେନ୍ଦ୍ର ର ପରିଚାଳକ ଦେବରାଜ ସାହୁ ଙ୍କ ସମେତ କେନ୍ଦ୍ର ପରିଚାଳନା କମିଟିର ସମସ୍ତ ସଦସ୍ୟ ବୃନ୍ଦ ସହଯୋଗ କ୍ରମେ ଉତ୍ସବ ଟିକୁ ଆରମ୍ଭ ଓ ସମାପନ କରିଥିଲେ l