ହରଭଙ୍ଗା (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରେ ଶନିବାର ଦିନ ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ ହୋଇଛି । ସୂଚନା ମତେ ପୂର୍ବରୁ ପୁରୁଣାକଟକ ଥାନା ରେ ରଞ୍ଜିତ ମୁନି ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଥିବା ବେଳେ ବର୍ତ୍ତମାନ ପୁରୁଣାକଟକ ଥାନା ରୁ ତାଙ୍କୁ ବୌଦ୍ଧ ସଦର ଥାନା କୁ ବଦଳି ହୋଇଥିବା ଅନ୍ୟପଟେ ବୌଦ୍ଧ ସଦର ଥାନା ର ଅଧିକାରୀ ଶାରଦା ପ୍ରସନ୍ନ ଦାସ୍ ପୁରୁଣାକଟକ ଥାନା ର ନୁତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ସୂଚନା ମିଳିଛି।

ନୂତନ ଥାନା ଅଧିକାରୀ ଙ୍କ ଯୋଗ ଦାନ ପରେ ତାଙ୍କୁ ଥାନା କର୍ମଚାରୀମାନେ ସ୍ୱାଗତ ଜଣାଇଥିଲେ l ଯୋଗଦାନ କରିଥିବା ନୂତନ ଥାନା ଅଧିକାରୀ ଅଞ୍ଚଳ ର ଆଇନ ଶୃଙ୍ଖଳା ଉପରେ ଗୁରୁତ୍ୱପ ଦିଆଯିବ ବୋଲି ନିଜସ୍ୱ ମତ ପ୍ରକାଶ କରିଥିଲେ l