ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ କଳାଖଣ୍ଡି ଗ୍ରାମ ନିକଟରୁ ମଙ୍ଗଳବାର ଦିନ ଗୋଟାଏ ସମୟରେ STF ଦ୍ୱାରା ୧୪୩ କିଲୋ  ଗଞ୍ଜାଇ ଜବତ କରାଯାଇଛି l ସୂଚନା ପ୍ରକାରେ ପୁରୁଣା କଟକ ଥାନା ଅନ୍ତର୍ଗତ ଚାରିଛକ – ପୁରୁଣାକଟକ ରାସ୍ତାର କଳାଖଣ୍ଡି ଗ୍ରାମ ନିକଟରୁ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ ସ୍ଥାନୀୟ ପୋଲିସ ସହାୟତାରେ ୧୪୩ କିଲୋ  ଗଞ୍ଜାଇ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି l

ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବୌଦ୍ଧ ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ୩୦ ବର୍ଷୀୟ ପରୀକ୍ଷିତ ବେହେରା l ଗଞ୍ଜାଇ ଚୋରା ଚାଲାଣ କରାଯାଉଥିବା ଖବର ପାଇ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା l ଚଢ଼ାଉ କରାଯାଇ ପରୀକ୍ଷିତ ପାଖରୁ 143kg ଗଞ୍ଜାଇ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଏନେଇ STF ଥାନା ରେ ଏକ ମାମଲା ରୁଜୁ କରାଯାଇ ଗିରଫ ବେପାରୀକୁ ବୌଦ୍ଧ ଜିଲା ଦୌରା ଜଜ ତଥା ସ୍ୱତନ୍ତ୍ର ବିଚାରପତି ଙ୍କ କୋର୍ଟ କୁ ଚାଲାଣ କରାଯାଇଛି l