ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ତେତେଲେଙ୍ଗା ଠାରେ ଗୌରୀ ଶଙ୍କର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l ବୌଦ୍ଧର ସର୍ଵ ପୁରାତନ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ର ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଯୋଗଦେଇଥିଲେ l ଛାତ୍ରଛାତ୍ରୀ ମାନଙ୍କୁ ନିଜର ଲୁକ୍କାୟିତ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ପାଇଁ ପରାମର୍ଶ ଦେବା ସହ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।

ସଭାପତି ତରେଣୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ, ଜ଼ିଲ୍ଲା ପରିଷଦ ସଦସ୍ୟ କଳ୍ପନା ରାଣୀ ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ କୁ ସମ୍ପାଦକ ଧୁରୀଣ ଦେହୁରୀ ଓ ପ୍ରିନସିପାଲ ରାଜକିଶୋର ରାଓ ପରିଚାଳନା କରିଥିଲେ l ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l