ହରଭଙ୍ଗା :(ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣାଙ୍କ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଖଇରମାଲ ଆଇ.ଏସ.ଏସ. ଫେଜ -୨ ଓ ଖଡ଼ଙ୍ଗ ଆଇ.ଏସ.ଏସ ଫେଜ -୩ ଆଦି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଥିଲେ l ଫଳରେ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ ଶେଷରେ ବିଧାୟକ ଶ୍ରୀ ରଣାଙ୍କ ବହୁ ପ୍ରତିକ୍ଷୀତ ଓ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି l

ଫଳସ୍ୱରୂପ ଆଜି ସକାଳ ୧୧ଟା ୩୦ମିନିଟ ସମୟରେ କଣ୍ଟାମାଳ ହାଇସ୍କୁଲ ଖେଳ ପଡ଼ିଆରେ କଣ୍ଟାମାଳ ବ୍ଲକର ମନମୁଣ୍ଡା ଅନ୍ତର୍ଗତ ମହାନଦୀର ଖଇରମାଲ ଇନ ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ଫେଜ- ୨ ଓ ଖଡ଼ଙ୍ଗ ନଦୀର ଇନ ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର -୩ ଆଦି ଦୁଇଟି ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଶୁଭ ଭିତ୍ତିପ୍ରସ୍ତର ଦେବା ନେଇ ବୌଦ୍ଧ ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର ଓ କଳାହାଣ୍ଡି ଆଦି ଚାରିଟି ଜିଲ୍ଲାର ତଟବର୍ତ୍ତୀ ଅଂଚଳର ୨୬ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ l ଏଥିରେ କଣ୍ଟାମାଳ ବ୍ଲକର ୨୪ଟି ଗ୍ରାମପଞ୍ଚାୟତ, ବୌଦ୍ଧର ୬ଟି, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ଖମନଖୋଲ ଓ ଲଣ୍ଡାଗାଁ ଆଦି ୨ଟି,ଗୁଡଭେଲା ବ୍ଳକର ୭ଟି,କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ୨ଟି ଗ୍ରାମପଞ୍ଚାୟତ ଆଦି ଉପକୃତ ହେବେ ବୋଲି ସୂଚନାରୁ ପ୍ରକାଶ l