ରାୟଗଡା:  (ଅଞ୍ଜନ କୁମାର ନାଏକ)ସାମ୍ବାଦିକତା ଏକ ବୃତ୍ତି ନୁହେଁ ବ୍ରତ ଭଳି ଆପଣେଛନ୍ତି ଯୁବ ସାମ୍ବାଦିକ ଗୋପିନାଥ। ସେ ଏହି ପେସା କୁ ନିଶା ରୂପେ ଗ୍ରହଣ କରି ସାମ୍ବାଦିକତା ଧନ୍ଦା ନୁହେଁ ଧର୍ମ ବୋଲି ଭାବୁଛନ୍ତି। ନିଜ ଅଞ୍ଚଳର ଲୋକଙ୍କ ଯେ କୌଣସି ସମସ୍ୟାର ସମାଧାନ ନିମନ୍ତେ ଦିନ ରାତି ଖରା ବର୍ଷା ଶିତକୁ ଖାତିର ନ କରି ଜନ ହିତକାରୀ କାର୍ଯ୍ୟ କରିବା ହିଁ ନିଜର କର୍ତ୍ତବ୍ୟ ଭାବନ୍ତି। ଯୁବ ସାମ୍ବାଦିକ ଗୋପୀନାଥ ସମ୍ବାଦ ପରିବେଷଣରେ ନିରପେକ୍ଷତା ଖବର ପ୍ରଚାର ଯାହାର ମୂଳମଞ୍ଜି। ସମାଜକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ସତ୍ୟ ଖବର ପରିବେଷଣ କରିବାରେ ଜଣେ ସାମ୍ବାଦିକର ପ୍ରଥମ କର୍ତ୍ତବ୍ୟ ବୋଲି ମାନି ନେଇଛନ୍ତି।

ସମାଜକୁ ସଠିକ୍ ଦର୍ଶନ ଦେବା ଓ ଅନ୍ୟାୟ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ସ୍ୱର ସାଣିତ କରିବା ହିଁ ସାମ୍ବାଦିକର ଦାୟିତ୍ଵ ମାନନ୍ତି।ସେହିଭଳି ଗୋପିନାଥ ଗୌଡ଼ ଜଣେ ନିରପେକ୍ଷ ସାମ୍ବାଦିକ ହୋଇଥିଵା ବେଳେ ଏହି ଯୁବ ସାମ୍ବାଦିକଙ୍କ ସମ୍ବାଦ ସମାଜରେ ଅନେକ ପରିବର୍ତ୍ତନ ସୃଷ୍ଟି କରିପାରିଛି।

ଗୋପିନାଥ ଗୌଡ଼ ଙ୍କୁ ଓଡ଼ିଶା ରାଜ୍ୟ ଡିଜିଟାଲ ମିଡିଆ ବହୁତ ସମ୍ମାନ ଜଣାଇ ଭୁବନେଶ୍ବରସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଓଡ଼ିଶା ଡିଜିଟାଲ ମିଡିଆ ପକ୍ଷରୁ ପ୍ରଥମ ଅଧିବେଶନରେ ସମ୍ଭର୍ଦ୍ଧନା ସମାରହ ଉତ୍ସବ ଅବସରରେ ଯୁବ ସାମ୍ବାଦିକ ଗୋପୀନାଥ ଗୌଡ଼ଙ୍କୁ ସମ୍ବର୍ଦ୍ଧିତ କରିଥିବା ହେତୁ ଗୌରବାନିତ ମନେ କରିଛନ୍ତି। ସାମ୍ବାଦିକତାର ଯାତ୍ରା ଆହୁରି ରୁଦ୍ଧିମନ୍ତ ହେଉ ବୋଲି ନିଜର ସାମ୍ବାଦିକ ବନ୍ଧୁ ମାନେ ଶୁଭେଚ୍ଛା ଜଣାଇବା ସହ ନିଜର ପରିବାର ବର୍ଗ ଏବଂ ସ୍ଥାନୀୟ ବାସିନ୍ଦା ଦୀର୍ଘାୟୁ ହେବା ଆଶିର୍ବାଦ କରି ଶୁଭ କାମନା ମନାସିଛନ୍ତି ସହ ଆଶିର୍ବାଦ କରି ସାମ୍ବାଦିକ ଙ୍କ ଉତ୍ତର ଉତ୍ତର ଉନ୍ନତି କାମନା କରିଛନ୍ତି।