ଭବାନୀପାଟଣା: (ନରେନ୍ଦ୍ର ନେଗୀ)ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଆୟୋଜନ ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭା ରେ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ତରଫରୁ ସ୍ବର୍ଗତ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି |

ନର୍ଲା ବ୍ଲକ ଅନ୍ତର୍ଗତ ଘୋଡାବନ୍ଧ ଗ୍ରାମ ର ଶ୍ରୀ ଜାନୀ ଜାତୀୟ ଜନଜାତି ଆୟୋଗ ର ରାଜ୍ୟ ସଂଯୋଜକ, ଓଡିଶା ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ ର ବୋର୍ଡ କମିଟି ସଦଶ୍ୟ ଥିବାବେଳେ ଆଦିବାସୀ ସଂସ୍କୃତି ର ବାର୍ତ୍ତାବହ ଭିମା ପତ୍ରିକାର ପ୍ରତିଷ୍ଠାତା ତଥା ସଂମ୍ପାଦକ ଭାବେ କାର୍ଯ୍ୟରତ ଥିଲେ, କଳାହାଣ୍ଡି ଏକ କନ୍ଧ ସଂସ୍କୃତି ଗବେଷକ ତଥା ବରିଷ୍ଠ ଶିକ୍ଷାବିତ କୁ ହରେଇଲା ବୋଲି ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ତାଙ୍କ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ କହିଥିଲେ |

ସଂଘ ର ସେକ୍ରେଟାରୀ ସୂତ୍ତମ କୁମାର ନାୟକ,ବରିଷ୍ଠ ସଦଶ୍ୟ ଶଙ୍କର ନାୟକ,ଶାନ୍ତନୁ ମହାନ୍ତି, ବୃଷଭ ଦାଶ, ଚଞ୍ଚଳା ଶର୍ମା ଓ ସ୍ୱପ୍ନା ପାତ୍ର ସମେତ ବହୁ ସଦଶ୍ୟ ଉପସ୍ଥିତି ରହି ଶ୍ରୀଜାନୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସେ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା କରି ସଭା ସାଙ୍ଗ କରିଥିଲେ |