ବଲାଙ୍ଗୀର: (ନରେନ୍ଦ୍ର ନେଗୀ)ଗତ ୧୧ ତାରିଖ ଦିନ ରାତିରେ ଭ୍ୟାନ ଡକାୟତି ଘଟଣାର ପ୍ରେସ ବିଜ୍ଞପ୍ତି ଦିଆଯାଇଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନୁନହାଡ ଗାଁ ର ୩୦୦ ମିଟର ଦୂରରେ ଏକ ବୋଲେରୋ ଭ୍ୟାନ ଯାହାକି ଇ.କମ୍ ସାର୍ଭିସ ର ଅନ୍ ଲାଇନ୍ ସାମଗ୍ରୀ ଗୁଡ଼ିକ ବୋଝେଇ କରି ନେଉଥିବା ବେଳେ କିଛି ଦୁର୍ବୃତ୍ତ ଆସି ବୋଲେରୋ ଭ୍ୟାନ ଡ୍ରାଇଭରକୁ ମାଡପିଟ କରିବା ସହିତ ଭ୍ୟାନରେ ଥିବା ସାମଗ୍ରୀ ଓ ଭ୍ୟାନକୁ ନେଇ ଚାଲିଯାଇଥିଲେ।

ଏହି ବାବଦରେ ଇ.କମ୍ ସାର୍ଭିସ ର କାର୍ଯ୍ୟକର୍ତ୍ତା ସୁମିତ ପ୍ରଧାନ ବେଲପଡା ଥାନାରେ ୧୨ ତାରିଖ ଦିନ ଗୋଟିଏ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକୁ ଆଧାର ବଲାଙ୍ଗିର ଏସ୍ ପି ଏବଂ ପାଟଣାଗଡ଼ ଡି.ଏସ୍.ପି ଙ୍କ ନିର୍ଦ୍ଦେଶକ୍ରମେ ବେଲପଡା ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ବଲାଙ୍ଗିର ସାଇବର ସେଲ ର ସହଯୋଗ କ୍ରମେ ପୋଲିସ ଟିମ ଖଡ଼ିଆଳରୁଅପରାଧୀଙ୍କୁ ୧୪ ତାରିଖ ରାତିରେ କାବୁ କରିଥିଲେ।

ପୋଲିସ ର ସୂଚନା ଅନୁଯାୟୀ ପିଣ୍ଟୁ ଝା (୨୦), ପ୍ରଶାନ୍ତ କୁମ୍ଭାର (୧୯),କରନ ବାଗ (୨୩),ସୁମନ ଶବର (୧୮), ରାହୁଲ ପରାଭୁଏ (୨୨) ଆଉ ଦୁଇ ଜଣ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଡି.ଏସ୍. ପି ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି। ସେମାନଙ୍କ ଠାରୁ ଚୋରି ବୋଲେରୋ ଗାଡ଼ି, ଗୋଟିଏ ମାଉଜର, ଅପରାଧୀ ମାନଙ୍କ ବ୍ୟବହୃତ ୫ ଟି ମୋବାଇଲ ତଥା ଅନଲାଇନ୍ ରେ ମଗାଇଥିବା ନୂଆ ୫ ଟି ମୋବାଇଲ, ଅନ୍ ଲାଇନ୍ ରେ ମଗା ଯାଇଥିବା କିଛି କପଡ଼ା, ହେଡ ଫୋନ, ବ୍ଳୁ ଟୁଥ ହେଡ ସେଟ୍, ଏୟାର ବ୍ୟାଗ୍ ଜବତ କରାଯାଇଛି ।