ଧର୍ମଗଡ଼:  ( ହେମନ୍ତ କୁମାର ମାଝୀ)  କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ବିଧିବଦ୍ଧ ଭାବେ ଆସନ୍ତା ୧୫ ଜାନୁୟାରୀ୨୦୨୪ ସୋମବାର ଧର୍ମଗଡ଼ ଉତ୍ସବ ପଡ଼ିଆରେ ଉଦଘାଟନ ହେବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇ ଯାଇଛି । ଚଳିତ ବର୍ଷ ମଞ୍ଚ ନିର୍ମାଣ କମିଟି ଅଧ୍ୟକ୍ଷ ହଳଧର ନିଆଲ , ଉପାଧ୍ୟକ୍ଷ ଅଲେଖ ମହାରଣା , ଓ ସାଥି ଭବାନୀ ଦଣ୍ଡସେନା, ଜଗଦୀଶ ଦୁର୍ଗା, ଶଶାଙ୍କ ପ୍ରଧାନୀ ଏବଂ ଅନ୍ୟସାଥୀ ମାନଙ୍କ ମିଳିତ ଉଦ୍ୟମରେ ଜୟପାଟଣା ବ୍ଲକ ତୁମୁରିଖୋଲ ଘୁମରେଶ୍ଵର ଶୈବ ପୀଠ ଓ ଘୁମର ଜଳ ପ୍ରପାତ ମଞ୍ଚ ଆକାରରେ ନିର୍ମାଣ କରିଛନ୍ତି ।

ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଜାଲ ଙ୍କ ସୂଚନା ମତେ ଚଳିତ ବର୍ଷ ୧୦୦ ରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ଷ୍ଟଲ କରା ଯାଇଥିବା ସୂଚନା ପ୍ରଦାନ କରିଛନ୍ତି । କଲା ସାଂସ୍କୃତିକ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଲିଙ୍ଗରାଜ ପାତ୍ର ଙ୍କ ସୂଚନା ମତେ ଏହି ଉତ୍ସବରେ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ କଳାକାର ମାନେ ଯୋଗ ଦେବା ଥିବା ନେଇ ପ୍ରକାଶ କରିଛନ୍ତି । ୧୫ ଜାନୁଆରୀ ୨୦୨୪ ବିଶେଷ ଆକର୍ଷଣ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ ମେଲୋଡି ଓ ଅତିଥିଭାବେ ପ୍ରଶାସନିକ ଅଧିକାରୀ ଗଣ ଓ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ,ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦାନ କରିବେ ।

୧୬ ଜାନୁଆରୀ ୨୦୨୪ ମୁଖ୍ୟ ଆକର୍ଷଣ ଓଡ଼ିଶାର ସୁପରିଚିତ କଣ୍ଠଶିଳ୍ପୀ ରୁକୁ ସୁନା ମେଲୋଡି ଏବଂ ଅତିଥିଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗଦାନ କରିବେ, ୧୭ ଜାନୁଆରୀ ୨୦୨୪ ସମସ୍ତ ବ୍ଲକ ଓ ଏନଏସି ଅଧ୍ୟକ୍ଷ ,ଅଧ୍ୟକ୍ଷ୍ୟା ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦାନ କରିବାର ପ୍ରକାଶ କରିଛନ୍ତି ।

ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ସବ ପଡିଆ ଓ ମିନାବଜାର ର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି ସିସି କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଭିନ୍ନ ଛକ ମାନଙ୍କରେ ପୋଲିସ ଅଧିକାରୀ ଓ ସହ କର୍ମଚାରୀ ନିୟୋଜିତ ହେବା ଏବଂ ଶାନ୍ତି ଶୃଙ୍ଖଳା ପାଇଁ ଏକ ପ୍ଲାଟୁନ ଶସସ୍ତ୍ର ପୋଲିସ ବାହିନୀ ନିୟୋଜିତ ଓ ମୋବାଇଲ ପାଟ୍ରୋଲିଙ୍ଗ ଵ୍ୟଵସ୍ଥା ସନ୍ଧ୍ୟା ଘ ,୫ ରୁ ରାତ୍ର ଘ,୧୨ ପର୍ଯ୍ୟନ୍ତ ଧର୍ମଗଡ଼ ସହରର ଭିତରେ ଭାରିଜାନ ଚଲାଚଲ ବନ୍ଦ୍ ଓ ପାସକାଡ ଥିବା ଯାନବାହାନ ବ୍ୟତିତ ଅନ୍ୟସଵୁ ଯାନ ବାହାନ ବନ୍ଦ କରାଯାଉଥିବା ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଯୁକ୍ତ ଧୀରଜ କୁମାର ଚୋପଦା ପ୍ରକାଶ କରିଛନ୍ତି।

କଳାହାଣ୍ଡି ମାଟିର ଇତିହାସ ପ୍ରତ୍ନତତ୍ତ୍ଵ, ଆଦିବାସୀ, ସଂସ୍କୃତି,ଲୋକଵାଦ୍ୟ, ଲୋକନୃତ୍ୟ,ଵନାଵାରୀ, କାରଖାନା, ପ୍ରାକୃତିକ ଦୃଶ୍ୟ, ମନ୍ଦିର ପ୍ରଭୁତି ସ୍ଵତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ ଏହି ସାଂସ୍କୃତିକ ସମାବେଶ କୁ ଶାନ୍ତି ଶୃଙ୍ଖଳା ସହ ଉପଭୋଗ କରିଵା ପାଇଁ ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୪ ଶ୍ରୀ ଯୁକ୍ତ ବିରଞ୍ଚି ନାରାୟଣ ଦରଓ୍ଵାନ ନିବେଦନ କରିଛନ୍ତି।