ହରଭଙ୍ଗା: ( ଚିତ୍ତରଞ୍ଜନ ସିଂ)ଫ୍ରେଣ୍ଡଆସୋସେସନ ତିଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ ୨୦୨୪  ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ପଞ୍ଚମ ଦିନରେ ପହଁଚିଛି ଗ l ଆଜି ପଞ୍ଚମ ଦିନର ଖେଳରେ କୋଲକାତା ସହିତ କନ୍ଧମାଳ JD କ୍ଳବ ଫୁଲବାଣୀ ମଧ୍ୟରେ ଏକ ରୋମାଞ୍ଚକର ଖେଳ ଦର୍ଶକ ମନଭରି ଉପଭୋଗ କରିଥିଲେ ଏବଂ JD କ୍ଳବ ଫୁଲବାଣୀ ମଧ୍ୟlନ୍ତର ପୂର୍ବରୁ ଗୋଟିଏ ଗୋଲ ସ୍କୋର କରି ଦଳକୁ ଆଗେଇ ନେଇଥିଲେ ଓ ଖେଳର ନିର୍ଦ୍ଧାରିତ ସମୟ ଭିତରେ ପୁଣି ଆଉ ଦୁଇ ଗୋଟି ଗୋଲ କରି ୩ /0ଗୋଲ ରେ ଫୁଲବାଣୀ JD କ୍ଳବ ଆଜିର ଖେଳରେ ବିଜେତା ହୋଇଥିଲେ l

ପଞ୍ଚମ ଦିନ ଖେଳରେ ମୁଖ୍ୟ ଅତିଥିଭାବେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନର ମେଡ଼ିସିନ ସ୍ପେଶାଲିଷ୍ଟ ଡ଼ା. ନରେନ୍ଦ୍ର କୁମାର ମେହେର , ସମ୍ମାନିତ ଅତିଥିଭାବେ ଶ୍ରୀ ମେହେର ଙ୍କ ସହ ଧର୍ମିଣୀ ଅନିତା ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଆଜି ପଞ୍ଚମ ଦିନର ମ୍ୟାଚ କୁ ଶିବଶଙ୍କର ପଣ୍ଡା ମୁଖ୍ୟ ରେଫରି ଭାବେ ଖେଳ ପରିଚାଳନା କରିଥିଵା ବେଳେ ଦିଲ୍ଲୀପ କୁମାର ରାଉତ ଓ ମାନସ କୁମାର ବିଶ୍ୱାଳ ସୁବ୍ରତ କୁମାର ପୁରୋହିତ ଏବଂ ରଞ୍ଜନ କୁମାରସହଯୋଗ ରେଫରି ଭାବେ ଖେଳକୁ ପରିଚାଳନା କରିଥିଲେ l

ଏହି ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ବିଜେତା ଓ ପରାଜିତ ଦଳକୁ ଗୀତାରାଣୀ ମେମୋରିଆଲ ଟ୍ରଫି ପ୍ରଦାନ କରାଯିବ l ଆଜିର ଖେଳକୁ ପରିଚାଳନା କମିଟିର ସଭାପତି ଝୁନୁ ବେହେରା, ସମ୍ପାଦକ ରମେଶ କୁମାର ସାମଲ,ସୁଶୀଲ ଦେହୁରୀ,ଦେବରାଜ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସୁଜ୍ଞାନ କର୍ଣ୍ଣ,ଉପଦେଷ୍ଟା ଶ୍ୟାମ ସୁନ୍ଦର ମେହେର, ଶେଷଦେବ ପ୍ରଧାନ, ଉଦିତ ପ୍ରସାଦ ଦେହୁରୀ, ଦିଲ୍ଲୀପ କୁମାର ସାମଲ,କାଦମ୍ବିନୀ ଯୋଶୀ,କୋଷାଧକ୍ଷ ନିକୁଞ୍ଜ ବେହେରା ଙ୍କ ସମେତ ଫ୍ରେଣ୍ଡ୍ସ ଆସୋସେସନ ର କର୍ମ କର୍ତ୍ତା ସହଯୋଗ କରିଥିଲେ l