
ହରଭଙ୍ଗା : ଶୁକ୍ରବାର ଦିନ ରାମଗଡ଼ ଉଚ୍ଚ ବିଦ୍ୟାଳୟ ଠାରେ ଜୁନିୟର ରେଡ୍ କ୍ରସ ତରଫରୁ ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଅଙ୍କିତା ମାହାନା ଙ୍କ ଅଧ୍ୟକ୍ଷତାରେ, ବୌଦ୍ଧ ଜିଲ୍ଲାର JRCO ମାଷ୍ଟର ଟ୍ରେନର ଶ୍ରୀ ନବ କିଶୋର ଦୀପ ଏଵଂ ହରଭଙ୍ଗା ବ୍ଲକ୍ JRC ସଂଯାଜିକା ପ୍ରିୟମ୍ବଦା ସୁବୁଦ୍ଧି ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଵଂ ଛାତ୍ର ଛାତ୍ରୀ ଙ୍କ ଉପଷ୍ଟିରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବିଦ୍ୟାଳୟର JRC COUNCELLER ଶ୍ରୀ ଗିରିଜା ଶଙ୍କର ବାଘ, ଗଣେଶ ଙ୍କ ମନ୍ତ୍ର ପାଠ କରି ସଭା ପରିଚାଳନା କରି ତାଲିମ୍ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କଲେ। ଶ୍ରୀ ଦୀପ ପ୍ରାଥମିକ ସହାୟତା ଉପରେ ସମସ୍ତଙ୍କୁ ପୁଙ୍ଖା ନୁ ପୁଙ୍ଖ ଭାବେ ତାଲିମ୍ ଦେଇଥିଲେ। ଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ସୁନିତା ସେଠୀ ଧନ୍ୟବାଦ୍ ପୂର୍ବକ ସଭାସାଙ୍ଗ କଲେ।