ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ସବୁଠାରୁ ପୁରୁଣା ନେଟୱର୍କ ତଥା ଲୋକଙ୍କ ବିଶ୍ୱାସ ଯୋଗ୍ୟ ସେବା ପ୍ରଦାନ କରିଥାଏ ବିଏସଏନଏଲ। ଶନିବାର ରାତି ଠାରୁ ରବିବାର ସକାଳ ଆଠ ଟା ସମୟ ବିତିଯାଇଥିଲେ ହେଁ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାଇଁ ବି ଏସ ଏନ ଏଲ ନେଟୱର୍କ କାର୍ଯ୍ୟ କରୁନି। ଯଦ୍ୱାରା ବହୁତ ଲୋକ ଫୋନରେ କଥା ହୋଇପାରୁ ନାହାନ୍ତି କି ନେଟ ବ୍ୟବହାର କରି ପାରୁ ନାହାନ୍ତି। ଯଥା ଶୀଘ୍ର ଯାହାବି ସମସ୍ୟା ହୋଇଥାଉ ସେବା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।