ଧର୍ମଗଡ଼:  ତା ୧୩/୧/୨୪(ହେମନ୍ତ କୁମାର ମାଝୀ)ଧର୍ମଗଡ ଗତବର୍ଷ ମାଁର ମୄତ୍ୟୁ ଆଉ ଆଜି ରୋଗାଗ୍ରସ୍ତ ବାପାର ମୄତ୍ୟୁ ପରେ ମୁଖାଗ୍ନି ଦେଇଛନ୍ତି ଦୁଇ କୁନି ଭଉଣି।ଏଭଳି ଏକ ଅଭାବନୀୟ ଘଟଣା ଆଜି ଧର୍ମଗଡ ସହରରେ ଦେଖିବାକୁ ମିଳିଛି । ଗତ କିଛିବର୍ଷ ହେବ ଧର୍ମଗଡ ବ୍ଲକ ପର୍ଲା ପଂଚାୟତର ସେମଲା ଗାଁର ଦୟାନିଧି ସାହୁ କୁଲି ମଜୁରି କରିବା ପାଇଁ ଧର୍ମଗଡ ସହରକୁ ଆସିଥିଲେ।ସେ କୁଲିମଜୁରି କରି ସ୍ତ୍ରୀ ଓ ତିନି ଝିଅକୁ ନେଇ ଚଳୁଥିଲେ । ଗତବର୍ଷ ସ୍ତ୍ରୀ ର ଅଚାନକ ମୄତ୍ୟୁ ହୋଇଥିଲା ।

ଆଉ ଦୀର୍ଘ ଦିନ ରୋଗରେ ପଡିବା ପରେ ଆଖି ବୁଜିଦେଇଥିଲେ ଦୟାନିଧି । ମୄତ୍ୟୁର ବହୁ ବିଳମ୍ବ ପରେ ସ୍ଥାନୀୟ ଲୋକ ସ୍ଥାନୀୟ ଲୋକ ଜାଣି ପାରିଥିଲେ । ଖବରପାଇ ଘଟଣା ସ୍ଥଳକୁ ଧର୍ମଗଡ ଏନ୍ ଏ ସି ଉପାଧ୍ୟକ୍ଷା ମନିଷା ମିଶ୍ର,ସମାଜସେବୀ ବିବେକ ରଂଜନ ମିଶ୍ର ,ଟୁନିଆ ସାହୁ,ଉମାକାନ୍ତ ସୁନାନୀ ପ୍ରମୂଖ ଏକ ଶବ ବାହକ ଗାଡି ଓ କାଠ ଆୟୋଜନ କରି ସ୍ଥାନୀୟ ସ୍ମଶାନ ରେ ଦାହ କରାଯାଇ ସେମାନଙ୍କ ସହୄଦୟତା ର ପରିଚୟ ଦେଇଥିଲେ।

ମୄତ ଦୟାନିଧି ଙ୍କ ଦୁଇ କୁନିକୁନି ଝିଅ ଫୁଲମତି ଓ ଉର୍ବଶୀ ବାପାଙ୍କୁ ମୂଖାଗ୍ନି ଦେଇଥିଲେ । ବଡଝିଅ ଆଗରୁ ବାହା ହୋଇ ସାରିଥିବା ବେଳେ ୧୪ବର୍ଷ ର ଫୁଲମତି ସାହୁ ଓ ୮ବର୍ଷ ର ଉର୍ବଶୀ ଏବେ ଅନାଥ ହୋଇଛନ୍ତି । ତେବେ ସରକାରୀ ସ୍ତରରେ ଥିବା ବିଭିନ୍ନ ଯୋଜନା ରେ ଏମାନଙ୍କୁ ସାମିଲ କରି ଥଇଥାନ ପାଇଁ ଦାବି ହେଉଛି।