ଧର୍ମଗଡ଼ :ତା ୧୩/୧/୨୪(ହେମନ୍ତ କୁମାର ମାଝୀ)ଆଜି ରବି ଚାଷ ପାଇଁ ଟିପିଗୁଡା କେନାଲରେ ପାଣି ଛାଡିବାକୁ ଦାବିକରି ଟିପିଗୁଡା ଅଂଚଳର ଶତାଧିକ ଚାଷୀ ଧର୍ମଗଡ଼ ଆସି ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।୨୦୦୬ ମସିହାରୁ ଏହି ଅଂଚଳରେ କେନାଲ ଖୋଲା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀଙ୍କୁ ପାଣି ଦେଉ ନ ଥିବାରୁ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଅଂଚଳ ରେ ବାରମ୍ବାର ମରୁଡି ଦେଖା ଦେଉଥିବା ବେଳେ ଚଷୀ ମାନଙ୍କୁ କିନ୍ତୁ ଜଳ ସେଚନ ଅଂଚଳ କହି ମରୁଡି ଜନିତ କୌଣସି ସରକାରୀ ସୁବିଧା ଦିଆଯାଉନାହିଁ।

ଅନ୍ୟପଟେ ଚାଷୀ କିନ୍ତୁ ନିଜ ଚାଷ ଜମିରେ କେନାଲ ଦେଖୁଥିଲେ ମଧ୍ୟ ପାଣି ପାଇପାରୁ ନାହାନ୍ତି ଚାଷୀ ।ଏ ନେଇଁ ଚାଷୀ ମାନେ ବିଗତ ଦିନରେ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସେମାନେ ଡ୍ୟାମରେ ପାଣି ନାହିଁ।ଏଣୁ ତୁମ ଅଂଚଳକୁ ପାଣି ଦିଆଯାଇ ପାରିବ ନାହିଁ ବୋଲି ଵିଭାଗୀୟ ଅଧିକାରୀ ମାନେ କହୁଛନ୍ତି ବୋଲି ଚାଷୀ ମାନେ ଆନ୍ଦୋଳନ କାରୀ ମାନେ କହୁଥିବା ଵେଳେ।ଯଦି ଇନ୍ଦ୍ରାବତୀ ଡ୍ୟାମରେ ପାଣି ନାହିଁ।

ତେଵେ ଡ୍ୟାମର ପାଣି କାହିଁକି ହାତୀ ନଦୀରେ ବର୍ଷ ସାରା କାହିଁକି ପାଣି ଛାଡି ଦିଆଯାଉଛି ଓ ବିଭିନ୍ନ କମ୍ପାନୀ କୁ କାହିଁକି ପାଣି ଦିଆଯାଉଛି ବୋଲି ଚାଷୀ ମାନେ ପାଲଟା ପ୍ରଶ୍ନ କରିଛନ୍ତି।ତେବେ ଚଳିତ ରବୀ ରୁତୁରେ ଟିପିଗୁଡା ଅଂଚଳକୁ ପାଣି ନଦେଲେ ଆଗାମୀ ଦିନରେ ଭୟଙ୍କର ଭାବେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଚାଷୀ ମାନେ ଧମକ ଦେଇଛନ୍ତି। ଆଜିର ଏହି ଚାଷୀ ବିକ୍ଷୋଭରେ ଚାଷୀ ବନକୁମାର ନାଏକ, ନୀଳାମ୍ବର ନାଏକ, ଜୀବସଙ୍କର ନାଏକ, ଜଗଦୀଶ ନାଏକ, ତ୍ରିଲୋଚନ ନାଏକ, କାନ୍ତ ନାଏକ ଆଦି ଯୋଗ ଦେଇଥିବାବେଳେ ଏହି ଆନ୍ଦୋଳନ କୁ ସମର୍ଥନ ଦେଇ ପ୍ରଦେଶ କଂଗ୍ରେସ ସମ୍ପାଦକ ଦିଗାମ୍ବର ଦୁରିଆ, ସନ୍ତୋଷ ପାଢ଼ୀ,ଡାକେଶ୍ୱର ଲହଜଲ, ରତନ ନାଏକ, ଗୋବିନ୍ଦ ଜାଲ ଆଦି ସମର୍ଥନ ଉପସ୍ଥିତ।