ଭବାନୀପାଟଣା :୧୨ /୦୧ (ନରେନ୍ଦ୍ର ନେଗୀ)ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ତଥା ଜାତୀୟ ଯୁବ ଦିବସ ସ୍କୁଲ ପରିସରରେ ପାଳିତ ହୋଇଥିଲା | ସ୍କୁଲ ସଭାପତି ବ୍ରହ୍ମାନନ୍ଦ ସାମଲଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମାଜସେବୀ ସୂତ୍ତମ କୁମାର ନାୟକ, ଛାତ୍ର ସଂଗଠକ ନିଖିଳ ନାଏକ, ଶିକ୍ଷାବିତ କ୍ରିଷ୍ଣା ସାହୁ ଓ ହିଙ୍କର ମିଶ୍ର ସମ୍ନାନିତ ଅତିଥି ରୂପେ ଉପସ୍ଥିତ ଥିଲେ |

ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଅତିଥି ପରିଚୟ କରିଥିଲେ |ପରେ ସ୍କୁଲର ମୁଖପତ୍ର ସ୍ୱାଭିମାନ ଅତିଥି ଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା |ବିଭିନ୍ନ ପ୍ରତିଯୋଗିତା ରେ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା |ଶିକ୍ଷକ ସମ୍ପଦ ମୁଣ୍ଡ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ |ସଭା ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରିଥିଲେ |