ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ତିଲେଶ୍ୱର ଫ୍ରେଣ୍ଡଆସୋସେସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ପ୍ରଥମ ସେମିଫାଇନାଲ ରେ ପହଂଚିଛି l ଆଜିର ସେମି ଫାଇନାଲ ଖେଳରେ BSF କ୍ଳବ ସୋନପୁର ସହିତ ସନସାଇନ କ୍ଳବ କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ଓ ସୋନପୁର ୨ /0ଗୋଲ ରେ ଆଜିର ଖେଳରେ ବିଜେତା ହୋଇ ଫାଇଲ ରେ ପ୍ରବେଶ କରିଛି l

ଆଜିର ପ୍ରଥମ ସେମିଫାଇନାଲ ଖେଳରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା -ପ୍ରଭାସିନୀ ଦାସ, ସମ୍ମାନିତ ଅତିଥିଭାବେ ପୁରୁଣାକଟକ ପଞ୍ଚାୟତ ସରପଞ୍ଚ ଅଶୋକ କୁମାର ସେଠି, ମଥୁରା ପଞ୍ଚାୟତ ସରପଞ୍ଚ ପ୍ରଦୀପ କହଁର, ସଂକୁଲୋଇ ପଞ୍ଚାୟତ ସରପଞ୍ଚ ସୁଶ୍ରୀତା ଛନ୍ଦ ଉପସ୍ଥିତ ରହିଥିଲେ l

ଆଜିର ଖେଳକୁ ସୁବ୍ରତ କୁମାର ପୁରୋହିତ,ମାନସ କୁମାର ବିଶ୍ୱାଳ ଓ ସୁଜିତ ରାଜହଂସ, ଖେଳ ପରିଚାଳନା କରିଥିଵା ବେଳେ ପରିଚାଳନା କମିଟିର ସଭାପତି ଝୁନୁ ବେହେରା, ସମ୍ପାଦକ ରମେଶ କୁମାର ସାମଲ,ସୁଶୀଲ ଦେହୁରୀ,ଦେବରାଜ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସୁଜ୍ଞାନ କର୍ଣ୍ଣ, କାଦମ୍ବିନୀ ଯୋଶୀ କୋଷାଧକ୍ଷ ନିକୁଞ୍ଜ ବେହେରା ଙ୍କ ସମେତ ଫ୍ରେଣ୍ଡ୍ସ ଆସୋସେସନ ର କର୍ମ କର୍ତ୍ତା ସହଯୋଗ କରିଥିଲେ l