ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ପୁରୁଣାକଟକ ବିଜେପି କାର୍ଯ୍ୟାଳୟ ଠାରେ ୮ ନଂ ଜୋନ ମଣ୍ଡଳ ସଭାପତି ବାମନ ବାରିକ ଙ୍କ ସଭାପତିତ୍ୱ ରେ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ସ୍ୱାମୀଜୀ ଙ୍କ ତୈଳ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ଧୂପ ଦୀପ ଦେଇ ପୂଜାର୍ଚନା କରି ଏକ ସୃତି ସଭା ଅନୁଷ୍ଠିତ ହୋଇଥିଲା l

ଉକ୍ତ ସୃତି ସଭା ରେ ବରିଷ୍ଠ ନେତା ତଥା ଜିଲ୍ଲା ବିଜେପି ପୂର୍ବତନ ସଭାପତି ମାଗୁଣି ଗାଈଗୌରିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିସିକେଶନ ପ୍ରଧାନ, ଶାନ୍ତିଲତା ମହାକୁଡ଼, ଭିକାରି ବାରିକ, ବନମାଳୀ ରଣା ଉପସ୍ଥିତ ରହିଥିଲେ l ଉକ୍ତ ସୃତି ସଭାରେ ଅନ୍ୟାନ୍ୟ ବିଜେପି କାର୍ଯ୍ୟ କର୍ତ୍ତା ଙ୍କ ସହ ଅତିଥି ମlନେ ସ୍ୱାମୀଜୀଙ୍କ ଭାରତୀୟ ରାଜନୀତି ଉପରେ ତାଙ୍କର ବହୁମୂଲ୍ୟ ଦାର୍ଶନିକ ତତ୍ୱ ଉପରେ ଆଲୋଚନା କରିଥିଲେ l

ତତ ପରେ ଉକ୍ତ ପବିତ୍ର ଦିନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଉକ୍ତ ପର୍ବରେ ସତ୍ୟ ନାରାୟଣ ବେହେରା,ରଞ୍ଜନ ମଲ୍ଲିକ,ଅଶୋକ କହଁର, ଗୌରୀ ଶଙ୍କର ବେହେରା, ଆଦି ବହୁ କର୍ମକର୍ତା ମୋଦିଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗ ଦେଇଥିଲେ l ପରି ଶେଷରେ ଜିଲ୍ଲା ଉପ ସଭାପତି ବନମାଳୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ l