ମୁନିଗୁଡା : (ରମାକାନ୍ତ ପୋଡାଲ )ଆଜି କଂଗ୍ରେସ ଦଳରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରବି ଶଙ୍କର। ଏନେଇ ସେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ବ୍ଲକ ଅଧ୍ୟକ୍ଷ ଜଣାଇଛନ୍ତି। ବର୍ତ୍ତମାନ ର ଏ ହେଉଛି ସବୁଠୁ ବଡ଼ ଖବର ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଆଜି କଂଗ୍ରେସ ଦଳ ରୁ ଇସ୍ତଫା ଦେଇଛନ୍ତି।

.ହେଲେ ବ୍ଲକ ଅଧ୍ୟକ୍ଷ ଥାଇ ଇସ୍ତଫା ଦେବା ପରେ ତାଙ୍କ ସହ ଗୋଙ୍ଗୁପାଡୁ ସରପଞ୍ଚ ସଭାବତୀ ମଣ୍ଡାଙ୍ଗି, ବୁଥିଙ୍ଗ ସମିତି ସଭ୍ୟ ଆପ୍ପାରାଓ ପାଟିକା , ନୀଳାମଗୁଡା ସମିତି ସଭ୍ୟା ଭାରତୀ ପାତିକା, ପଦ୍ମପୁର ବ୍ଲକ ଯୁବ କଂଗ୍ରେସ ସମ୍ପାଦକ ଦେବରାଜ ଶବର, ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ପ୍ରଦୀପ ଗମାଙ୍ଗ ଗୁଡାରି ବ୍ଲକ ମଧୁବନ ଗ୍ରାମ ପଞ୍ଚାୟତ ସରପଞ୍ଚ ବଂଶୀଧର ଶବରମଧ୍ୟ ଇସ୍ତଫା ଦେଇଥିଵା ସୂଚନା ମିଳିଛି।

ସେ ବର୍ତମାନ ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ର ଅଧ୍ୟକ୍ଷ ଅଛନ୍ତି। କଂଗ୍ରେସ ଦଳ ର କାର୍ଯ୍ୟ ଓ ତାଙ୍କ ନୀତି ଆଦର୍ଶ ରେ ଅତିଷ୍ଠ ହୋଇ ସେ ଦଳ ରୁ ପ୍ରାଥମିକ ପଦ ରୁ ଇସ୍ତଫା ଦେଇଥିବା ଜଣାଯାଇଛି.