ବଲାଙ୍ଗିର ବ୍ୟୁରୋ: (ନରେନ୍ଦ୍ର ନେଗୀ) ମଠଖାଇ ମହୋତ୍ସବରେ ଦୁଲୁକୁଛି କୋଶଳ କଳା ମଣ୍ଡଳ ମଂଚ । ଆଜି ତୃତୀୟ ସଂଧ୍ୟାରେ ପ୍ରଥମେ ବରପାଲି ଭାରତୀ ନୃତ୍ୟ କଳା ପରିଷଦର କଳାକାରମାନେ ଘୁଡ଼ୁକା ନୃତ୍ୟ ଏବଂ ନିଚୁଆପଡ଼ା ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିଛନ୍ତି । ଏହା ପରେ ପରେ ଆରମ୍ଭ ହୋଇଛି ସାଂସ୍କୃତିକ ସଭା । ଏଥିରେ ମଂଚାସୀନ ଥିଲେ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି କମଲଜିତ ସିଂ, ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାର ଏବଂ ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ।

ଆଜିର ମଂଚକୁ ନାଟ୍ୟ ନିର୍ଦ୍ଦେଶକ ଦିବଙ୍ଗତ ହରିହର ମିଶ୍ରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ପୁରୁଖା କ୍ରୀଡ଼ାବିଦ୍‌ ତଥା ଦଶନ୍ଧି ଧରି ଓଡ଼ିଶା ଭଲିବଲ ଦଳର ନେତୃତ୍ୱ ନେଇଥିବା ଅନୁପ ସାହୁଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଛି । ସାଂସ୍କୃତିକ ସଭା ପରେ ଆରମ୍ଭ ହୋଇଛି କୋଶଲୀ ନାଟକ ‘ତୋର୍‌ ପାର୍‌କେ ମୋର୍‌ ପାହା’ । ପଦମ୍‌ପୁର ଅବର୍ଣ୍ଣିଗୁଁଡ଼ା ନାଟ୍ୟ ସଂସଦର କଳାକାରମାନେ ଏହି ନାଟକ ପରିବେଷଣ କରିଛନ୍ତି । ରଚନା ଓ ନିର୍ଦ୍ଦେଶନା ଅଶୋକ ବହିଦାର ।

ସୂଚନାଯୋଗ୍ୟ ଯେ, ମଠଖାଇ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ପରିସରରେ ‘ଆମେ ନାଟ୍‌ କାଏଁ ଯେ କର୍‌ମା’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିବା ବେଳେ ଏଥିରେ ସନାତନ ଠାକୁର, କେଶରଂଜନ ପଧାନ ଓ କୌତୁକ ପନ୍ଦର ଆଲୋଚକ ଭାବେ ଯୋଗ ଦେଇଥିଲେ । ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ ସୁଧାଂଶୁ ପଟ୍ଟନାୟକ କାଲିର୍ ନାଟକ ‘ତୋର୍ ପାରକେ ମୋର୍ ପାହା’ ଦେଖଲା ବେଲ୍ କେ ବୁଝି ହେଉଥିଲା ଜୀବନ ଗୁଟେ ନାଟକ ବଲି କାଏଁ ଜେ କହେସନ୍। କଲାକାର ମାନେ କେତେଯେ ମାହାନ ସେଠା କେନସି ଭି ପୁରସ୍କାର ଦେଇକରି ସମ୍ମାନ ନାଇଁ କରିହୁଏ। କଲାକାର, ନିର୍ଦ୍ଦେଶକ, ମଞ୍ଚ , ଦର୍ଶକ ଥିବାର ଅଞ୍ଚଳର ଭାଷା, ସଂସ୍କୃତି ପରିଚୟ କୁ ଧନ୍ୟବାଦ୍ ।