ଭୁବନେଶ୍ବର : ଓଡ଼ିଶା ରାଜସ୍ବ ଅମଲା ସଂଘର ୨୦୧୭ ମସିହା ଠାରୁ ବହୁ ପ୍ରତୀକ୍ଷିତ ପୃଥକ ପାହ୍ୟା (Separate Cadre)ଦାବି ଆଜି ରାଜ୍ଯ ସରକାର ପୂରଣ କରିବା ସହିତ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ର ପତ୍ର ସଂଖ୍ୟା ୬୯୮  ତାରିଖ ୬.୦ ୧.୨୦୨୪ ପ୍ରକାରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି l ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡିଶା ରାଜସ୍ଵ ଅମଲା ସଂଘର ପ୍ରତ୍ୟେକ ସଦସ୍ୟ ସଦସ୍ୟା ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l

ସମଗ୍ର ରାଜ୍ୟର ରାଜସ୍ଵ ଅମଲା ମାନେ ଆଜିର ଦିନଟି କୁ ଐତିହାସିକ ଓ ସ୍ମରଣୀୟ ଦିବସ ବୋଲି ବିବେଚନା କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହାକୁ ସାକାର କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା 5t ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ରାଜସ୍ଵ ଅମଲା ସଂଘର ମାର୍ଗ ଦର୍ଶକ ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା,ରାଜସ୍ଵ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ,ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ର ବରିଷ୍ଠ ପ୍ରଶାସନିକ ଅଧିକାରୀ ଲାଲା ମନୋଜ ରାୟ, ରବିନ୍ଦ୍ର ସେଠି, ଆଦିତ୍ୟ ମହାପାତ୍ର ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି l

ଏହି ଐତିହାସିକ ମୁହୂର୍ତ୍ତର ଶ୍ରେୟ ଜିଲ୍ଲା ସ୍ତରର ପ୍ରତ୍ୟେକ ରାଜସ୍ଵ ଅମଲା ମାନଙ୍କ କଠିନ ପରିଶ୍ରମ ଓ ଧୌର୍ଯ୍ୟ ଦ୍ଵାରା ସମ୍ଭବ ହେଲା ବୋଲି ସଂଘର ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି l ସଂଘ ର ଅନ୍ୟାନ୍ୟ ଦାବି ଗୁଡିକ ଖୁବଶୀଘ୍ର ରାଜ୍ୟ ସରକାର ପୂରଣ କରିବେ ବୋଲି ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି l