ହରଭଙ୍ଗା; (ଚିତ୍ତରଞ୍ଜନ ସିଂହ)ବିଦ୍ୟୁତ୍ ଅପଚୟ ରୋକିବା ପାଇଁ ବିଭାଗ ପକ୍ଷରୁ ବିଦ୍ୟୁତ୍ ଚୋରି ରୋକିବା ଠାରୁ ମିଟର ଟ୍ୟାମ୍ପରିଂ ଦିଗରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି ।ଏହାସତ୍ୱେ ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ଅର୍ନ୍ତଗତ ସମ୍ବରକଟା ଗ୍ରାମରେ ଲଗାତାର ୩ବର୍ଷହେଲା ଦିନ/ରାତି ଷ୍ଟ୍ରିଟ ଲାଇଟ ଜଳୁଥିବା ଭଳି ଅଯଥାରେ ବିଦ୍ୟୁତ୍ ଅପଚୟ ଘଟଣା ସାମନାକୁ ଆସିଛି ।

ଏ ସର୍ମ୍ପକରେ ଗାଁ ଲୋକେ ପଂଚାୟତଠାରୁ ଆରମ୍ଭକରି ବିଦ୍ୟୁତ୍ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ତୁରନ୍ତ ଏ ଦିଗରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମର ସଚେତନ ନାଗରିକ ପ୍ରମିଳ କୁମାର ଦନ୍ତା ଦାବୀ କରିଛନ୍ତି ।