ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ)ଜାନୁୟାରୀ ୨ ବୌଦ୍ଧ ଦିନ ୧୯୯୪ ମସିହା ଜାନୁୟାରୀ 2ତାରିଖରେ ବୌଦ୍ଧ ସ୍ୱତନ୍ତ୍ର ଜିଲ୍ଲା ର ମାନ୍ୟତା ପାଇଥିଲା ଏହି ଦିନକୁ ମନେ ରଖିବାପାଇଁ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳl ୨୦୨୪  କୁ ନେଇ ଚଳ ଚଞ୍ଚଳ ବୌଦ୍ଧ ଜିଲ୍ଲା ଓ ମହୋତ୍ସବ ପଡିଆ l ଉକ୍ତ ମହୋତ୍ସବ ଅବସରରେ ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ପୁରୁଣାକଟକ ବସିନୀ ମା ଭୈରବୀ ଙ୍କ ପୀଠରୁ ହରଭଙ୍ଗା ବ୍ଲକ ପ୍ରଶାସନ ମହା ଆଡମ୍ବର ରେ ମା ଙ୍କ ଦିବ୍ୟ ଜ୍ୟୋତି ମହୋତ୍ସବ ପଡିଆକୁ ନେଇଥିଲେ l

ପ୍ରଥମେ ବ୍ଲକ ଅଧିକାରୀ ସ୍ୱପ୍ନିତା ନାଏକ ଙ୍କ ତତ୍ଵାବଧାନରେ ଆଞ୍ଚଳିକ ଲୋକ କଳା, କୃଷ୍ଣଗୁରୁ, ଦଣ୍ଡ ନାଚ, ଢୋଲ, ନିଶାଣ ସହିତ ଏକ ବିରାଟ ପଟୁଆର ମଶାଲ ଶୋଭାଯାତ୍ରା ରେ ବ୍ଲକ ପରିସରରୁ ବାହାରି ମା ଭୈରବୀ ଙ୍କ ପୀଠରେ ପହଂଚିଥିଲେ l ମା ଭୈରବୀ ଙ୍କ ଦିବ୍ୟ ପ୍ରତିମା ରେ ରୀତିନୀତି ଅନୁଯାଇ ପୂଜାର୍ଚନା କରି ହରିବୋଲ ହୁଳହୁଳି, ଘଣ୍ଟ, ଶଙ୍ଖ ରେ ମା ଙ୍କ ଦିବ୍ୟ ଜ୍ୟୋତି ଓ ମଶାଲ କୁ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରେ ଅବସ୍ଥାପିତ କରି ଶୁଭ ଉଦ୍ଘାଟନ କରାଯାଇଥିଲା l ଉକ୍ତ ମଶାଲ ଶୋଭାଯାତ୍ରା ରେ ବିଡ଼ିଓ ଙ୍କ ସମେତ ହରଭଙ୍ଗା ତହସିଲଦାର ଶିବାନୀ ଦାସ, ବ୍ଲକ ସ୍ତରୀୟ ସମସ୍ତ ଅଧିକାର ଓ କର୍ମଚାରୀ,ଜନପ୍ରତିନିଧି,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ଥିଲେ l