ଧର୍ମଗଡ : ୨/୧/୨୩ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଵ୍ଳକ ଅଧିନସ୍ଥ ଚିଚୈଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଉଦ୍ ଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୀରକିଶୋର ମେହେର ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଧିରା ମେହେର ଯୋଗଦାନ କରିଥିଲେ।

ମଞ୍ଚାସୀନ ଅତିଥି ମାନଙ୍କମଧ୍ୟରେ ସମ୍ମାନୀତ ଅତିଥି ରୂପେ ଚିଚୈଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ମେହେର, କମିଟି ସଦସ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ମେହେର, ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଯାଦବ ମେହେର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମୁଣ୍ଡ, ସାଂସ୍କୃତିକ ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ତଥା ସାମାଜିକ କାର୍ଯ୍ୟକ୍ରମ ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ରାଜେଶ କୁମାର ମୁଣ୍ଡ, ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ସାରଙ୍ଗଧର ମାଝୀ, IT ଅଧ୍ୟାପକ ଶ୍ରୀ ରାକେଶ କୁମାର ମେହେରଙ୍କ ଉପସ୍ଥିତି ରେ ନୋଡାଲ ଅଫିସର ଅଧ୍ୟାପକ ଶ୍ରୀଯୁକ୍ତ କାଳିଚରଣ ଖାଡଙ୍ଗା ମଞ୍ଚ ସଂଚାଳନ କରିଥିଲେ ।

ସାଂସ୍କୃତିକ ବିଭାଗରେ ଝରଣା ସୁନା ଓ ରୋହିତ ନାଏକ ଚାମ୍ପିଅନ ହୋଇ ଥିବା ବେଳେ କ୍ରୀଡା ବିଭାଗରେ ମହେନ୍ଦ୍ର ଦଳପତି ଓ ହେମନ୍ତି ପୁଝାରୀ ଚାମ୍ପିଅନ ହୋଇ ଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ପରେ ଅଧ୍ୟାପକ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା