ହରଭଙ୍ଗା : (ଆପ୍ର)-ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ବୀରନରସିଂହପୁରସ୍ଥିତ ରାମକୃଷ୍ଣ ବାଳାଶ୍ରମ ସମ୍ପାଦକଙ୍କ ତରବରିଆଭାବେ ଈସ୍ତଫାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି ।ସମ୍ପାଦକଙ୍କ ଏଭଳି ଅଚାନକ ରାତିଅଧିଆ ଈସ୍ତଫା ପଛରେ କିଛି ଲୁକାୟିତ ରହସ୍ୟଥିବା ମଧ୍ୟ ଆଲୋଚନା ଜୋରଧରୁଛି ।କାହା ଚାପରେ ଏବଂ କେଉଁ କାରଣରୁ ସମ୍ପାଦକ ହଠାତ୍ ଈସ୍ତଫା ଦେଲେ  ସେ କଥା  ଚା ,ଖଟିଠାରୁ ଆରମ୍ଭ କରି  ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ମାତ୍ର ନିଆଁ ନଥାଇ ଧୁଆଁ ବାହରିବା ଘଟଣାକୁ ସାଧାରଣଲୋକେ ସହଜରେ ଗ୍ରହଣ କରିପାରୁନଥିବାରୁ ଏହା ପଛରେ ନିଶ୍ଚିତ ଏକ ବଡଧରଣର କାରଣ  ରହିଥିବା କୁହାଯାଉଛି ।

ପ୍ରକାଶ ଯେ ୩୦ବର୍ଷ ତଳେ ରଘୁନାଥ ମିଶ୍ରଙ୍କ ଉଦ୍ୟମ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ବୀରନରସିଂପୁର ବାଳାଶ୍ରମ ଶୁଭାରମ୍ଭ ହୋଇଥିଲା ।ସ୍ଥାନୀୟ ଅଂଚଳର  ଦୁଇଜଣ ବଦାନ୍ୟ ବ୍ୟକ୍ତି ଆଶ୍ରମ ପାଇଁ  ଜମି ଦାନ କରିଥିଲେ ।ସେଦିନଠାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ  ମିଶ୍ରବାବୁ ନିରପେକ୍ଷ ଭାବେ ଏହାର ସମ୍ପାଦକ ଦାୟିତ୍ୱ ତୁଳାଇଆସୁଥିଲେ ।ବାର୍ଦ୍ଧକ୍ୟଜନିତ କାରଣରୁ ସେ ଏହାର  ଦାୟିତ୍ୱ ତୁଳାଇବା ପାଇଁ ଅକ୍ଷମତା ପ୍ରକାଶ କରିବାରୁ ଏହାର ସମ୍ପାଦକ ଦାୟିତ୍ୱ ଗତ କିଛିଦିନ ହେଲା ନବୀବ ବଘାରଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଶ୍ରୀ ବଘାର ଦାୟିତ୍ୱ ସମୟରେ ପିଲାଙ୍କୁ ନିମ୍ନମାନର ଖାଦ୍ୟଦେବା ସର୍ମ୍ପକରେ ସ୍ଥାନୀୟ କମିଟି ସଭ୍ୟ ଏହାର ପ୍ରତିବାଦ କରିବା ସହିତ ଏ ଡ଼ି ଏମ ଙ୍କୁ  ଲିଖିତଭାବେ ଅଭିଯୋଗ କରିଥିଲେ ।ହେଲେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଟାନ କିମ୍ବା ତଦନ୍ତ  କରାନଯିବାରୁ ସଭ୍ୟ ପୂର୍ଣ୍ଣଚନ୍ଦ୍ର ମହାକୁଳ ଏବଂ ବିଜୟାନନ୍ଦ ପଟ୍ଟନାୟକ ଏଭଳି ବେନିୟମ କାମକୁ ବିରୋଧକରି ନିଜ ସଭ୍ୟ ପଦରୁ ଅବ୍ୟାହତି ନେଇଥିଲେ ।ସେହିପରି ସ୍ୱଳ୍ପ ଔଷଧକୁ ଅଧିକ ବିଲ କରିବା ପାଇଁ ବାଧ୍ୟକରିବାରୁ  ଦାୟିତ୍ୱରେଥିବା ଫାର୍ମାଶିଷ୍ଟ ଶଶାଙ୍କ ଶେଖର ସାହୁ ଏହାର ପ୍ରତିବାଦ କରିବାରୁ ତାଙ୍କୁ ସେଠାରୁ ମଧ୍ୟ ବିତାଡିତ ହେବାକୁ ପଡିଥିଲା ପିଲାଙ୍କୁ ସକାଳ ଜଳଖିଆ ବଦଳରେ ପଖାଳଭାତ ଦେବା ଫଟୋ ଭାଇରାଲ ଘଟଣାରେ ସମ୍ପାଦକ ଜନୈକ ଛାତ୍ରଙ୍କୁ ମୁଥ ମାରିବା ଘଟଣାକୁ ନେଇ ଗଣମାଧ୍ୟମରେ  ଖବର ଚର୍ଚ୍ଚାର ପରିସରକୁ ଆସିଥିଲା ।

ଏତେ ସବୁ ଘଟଣା ପରେ ବି ଏହାର ସଠିକ୍ ଢଙ୍ଗରେ ତଦନ୍ତ କରାଯିବା ବଦଳରେ ସମ୍ପାଦକଙ୍କ ସୁରକ୍ଷା ଦେବା ପଛରେ ଏକ ଲୁକାୟିତ ଚାପ କାମକରୁଥିବା କୁହାଯାଉଛି ।ମାତ୍ର ବର୍ତମାନ ଏଭଳି କେଉଁ ଘଟଣା ଘଟିଲା ଯେ ସମ୍ପାଦକ ମୋହଦୟ ତରବରିଆଭାବେ ଈସ୍ତଫା ପ୍ରଦାନ କଲେ ତାକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା ଜୋରଧରିଛି ।ଏହାର ନିରପେକ୍ଷ ତଦନ୍ତ କରାଯିବା ସହିତ ଈସ୍ତଫା ପଛରେ ରହିଥିବା ରହସ୍ୟକୁ ଉନ୍ମୋଚନ ପାଇଁ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।ସୂଚନା ଥାଉ କି ବାଳାଶ୍ରମ ଦାୟିତ୍ୱରେ ରହିଥିବା ସଭାପତି ଏବଂ ସମ୍ପାଦକ ଏବଂ ଏହାର କମିଟିର କର୍ମକର୍ତା ୩୦ କିଲୋମିଟର ଦୂରରେ ରହୁଥିବାବେଳେ ଏହାର ସଠିକ୍ ତଦାରଖ କରିବାରେ ବ୍ୟତିକ୍ରମ ଦେଖାଦେଇଛି ।ଏପରିକି ଜିଲ୍ଲାପ୍ରଶାସନ ପକ୍ଷରୁ ଏହାର ମନିଟରିଂ ଦାୟିତ୍ୱ ସଠିକଭାବେ ହୋଇପାରୁନଥିବାରୁ ବାଳାଶ୍ରମ ପିଲାଙ୍କ ଭଲମନ୍ଦ ବୁଝିବାରେ ବଡବ୍ୟତିକ୍ରମ ଘଟୁଛି ।

ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏକ ମନଟରିଂ ସ୍କ୍ୱାର୍ଡ ଗଠନ ସହିତ ପାଖ ଅଂଚଳର ଲୋକଙ୍କୁ ନେଇ ଏକ ସ୍ଥାନୀୟ କମିଟି ଗଠନ କରାଯିବାକୁ ସାଧାରଣରେ ଦାବୀ ଉଠୁଛି ନଚେତ ଆଗାମୀ ଦିନରେ ଜନଆଦୋଳନ ହେବ ବୋଲି ଶୁଣିବାକୁ ମିଳୁଛି  ।ଏ ସର୍ମ୍ପକରେ ବାଳାଶ୍ରମ ସଭାପତି ନାରାୟଣ ଭୋକ୍ତାଙ୍କୁ ପଚାରିବାରୁ ସେ କହିଲେ 27ତାରିଖ ଦିନ ଦେହ ଅସୁସ୍ଥତା ଥିବା ଦର୍ଶାଇ ସମ୍ପାଦକ ନବୀନ ବଘାର ମୋତେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଏବଂ ମୁଁ  କମିଟି ମେମ୍ବରଙ୍କୁ ଏ ବିଷୟରେ ଅବଗତ କରିଦେଇଛି!