ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ରେ ରହିଥିବା ଖରଜୁରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ମହୁଲେ ଗ୍ରାମରେ ଶାଶୁ ବୋହୁ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି l ସନ୍ତାନ ଜନ୍ମକ୍ଷମ ବୋହୁ ଏବଂ ତାଙ୍କ ଶାଶୁ ମାନେ ଏହି ସମିଳନୀରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଖରଜୁରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ରେଖା ରାଣୀ ଦାଶ ସମଗ୍ର କାର୍ଯ୍ୟକ୍ରମଟି ସଞ୍ଚାଳନ କରିଥିବା ବେଳେ ସ୍ୱାସ୍ଥ୍ୟ ପରିଦର୍ଶକ ଶାନ୍ତନ୍ତ ମେହେର ଏବଂ ଏଡିଥ ଖାଲଖୋ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ସ୍ୱାସ୍ଥ୍ୟଶିକ୍ଷା ବିଶେଷଜ୍ଞ ତଥା ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶାଶୁ ଏବଂ ବୋହୁଙ୍କ ସହ ବିଭିନ୍ନ ପରିବାର ନିୟୋଜନ ପଦ୍ଧତି ଉପରେ ଆଲୋଚନା କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ l