ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ନୂତନ ବର୍ଷ କୁ ସ୍ୱାଗତ କରିବ ପଏଁରୀ ଅନୁଷ୍ଠାନ l ଏନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପଏଁରୀ କାର୍ଯ୍ୟାଳୟ ଠାରେ ପଏଁରୀ ତିହାର ୨୦୨୪ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ସଭାପତି ଲଡ଼ୁକିଶୋର ମଲ୍ଲିକ ଙ୍କ ସଭାପତିତ୍ୱ ରେ ହୋଇଥିବା ଏହି ସମ୍ମିଳନୀ ରେ ପ୍ରଥମେ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏହି ସମ୍ମିଳନୀ ରେ ଅନୁଷ୍ଠାନ ର ଉପଦେଷ୍ଟା ଅଭିମନ୍ୟୁ କୁଶଳ,ଉପଦେଷ୍ଟା ଶ୍ରୀବର୍ସ ମଲ୍ଲିକ ପ୍ରମୁଖ ଆଗାମୀ ପଏଁରୀ ତିହାର ୨୦୨୪ ର ପ୍ରଚାର ପ୍ରସାର ପାଇଁ ସହଯୋଗ କାମନା କରିଥିଲେ l

ସାମ୍ବାଦିକ ମାନଙ୍କ ପ୍ରଚାର ପ୍ରସାର ଯୋଗୁଁ ଆଜି ପଏଁରୀ ଅନୁଷ୍ଠାନ ଦେଶ ର ବିଭିନ୍ନ ସ୍ଥାନ ରେ ଯୋଗଦେଇ ଅନୁଷ୍ଠାନ କୁ ଗୌରବ ଆଣି ପାରିଛି l ଆଜକୁ ୨୩  ବର୍ଷ ଧରି ଯେଉଁ ପ୍ରଚାର ପ୍ରସାର କରୁଛନ୍ତି ତାହା ଆଗକୁ ମଧ୍ୟ ସହଯୋଗ କାମନା କରିଥିଲେ l

ଅନୁଷ୍ଠାନ ର ସମ୍ପାଦକ ଚୌଧୁରୀ ବିଭାର ଚଳିତ ବର୍ଷର ପଏଁରୀ ତିହାର କିପରି ଆୟୋଜନ କରାଯିବ ସେ ଦିଗରେ ବିସୃତ ବିବରଣୀ ପ୍ରଦାନ କରିବା ସହ ଚଳିତ ବର୍ଷ ମଧ୍ୟ ଏକ ସୋଭାଯାତ୍ରା ଇଷ୍ଟ ଦେବି ମାଁ ସୁରେଶ୍ୱରୀ ମନ୍ଦିର ରୁ ବାହାରି ନୂତନ ଟାଉନହଲ ପହଂଚିବା ସହ ଉଦଘାଟନ ଉତ୍ସବ ହେବାସହ ଚଳିତ ବର୍ଷ ମଧ୍ୟ ୨୦ ଟି ଦଳ ରାଜ୍ୟ ଓ ରାଜ୍ୟ ବାହାରୁ ଯୋଗ ଦେବେ l

ଏହି କାର୍ଯ୍ୟକ୍ରମ ରେ ୫୦୦ରୁ ଉର୍ଦ୍ଧ୍ୱ କଳାକାର ଯୋଗ ଦେବା ସହିତ ପ୍ରତ୍ୟେକ ସନ୍ଧ୍ୟା ରେ ଲୋକ ଗୀତ ଓ଼ ଲୋକ ନାଚ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ l ପରେ ଅନୁଷ୍ଠାନ ର ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରି ଥିଲେ l ଏହି ସମ୍ମିଳନୀ ରେ ଅନୁଷ୍ଠାନ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ l