ଭବାନୀପାଟଣା : (ନରେନ୍ଦ୍ର ନେଗୀ)ରିଖ ଭବାନୀପାଟଣା ରେ ଓଡିଶା ପ୍ରଶାସନିକ ସେବା ର ପରୀକ୍ଷା କେନ୍ଦ୍ର ଦାବି ପତ୍ର ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ତରଫରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ, 5ଟି ଓ ନଵୀନ ଓଡିଶା ଅଧ୍ୟକ୍ଷ ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ଏକ ଦାବି ପତ୍ର ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି |

ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ପରୀକ୍ଷା କେନ୍ଦ୍ର ଥିବା ବେଳେ ଭବାନୀପାଟଣା ରୁ ଦୂର ଯାତ୍ରା, ସମୟ ସାପେକ୍ଷ ଓ ବ୍ୟୟବହୁଳ ଯୋଗୁଁ ପରୀକ୍ଷାଥୀ ମାନେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେବା ସହ ଶାରୀରିକ ଓ ମାନସିକ ଦୃଷ୍ଟି ରୁ ପ୍ରଭାବିତ ହେଉଛନ୍ତି |ଭବାନୀପାଟଣା ହେଉଛି ଅବିଭକ୍ତ କେବିକେ ଅଞ୍ଚଳ ର କେନ୍ଦ୍ରସ୍ଥଳ ରେ ଅବସ୍ଥିତ ଏଠାରେ ପରୀକ୍ଷା କେନ୍ଦ୍ର ହେଲେ ସ୍ଥାନୀୟ ପରୀକ୍ଷାର୍ଥୀ ସଂଖ୍ୟା ବୃଦ୍ଧି ପାଇବା ସହ ନିକଟସ୍ଥ ନୂଆପଡା,ରାୟଗଡା, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ର ପରୀକ୍ଷାର୍ଥୀ ମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ର ନିକଟ ହେବ |

ଏଣୁ ରାଜ୍ୟ ସରକାର ଶୀଘ୍ର ବିଚାର କରିବା କୁ ଦାବି କରିଛନ୍ତି | ସଂଗଠନ ସଦଶ୍ୟ ସୂତ୍ତମ କୁମାର ନାୟକ, ହିତେଶ କୁମାର ବେହେରା, ବୃଷଭ ଦାଶ, ପ୍ରତୁଷ ରଞ୍ଜନ ଦାଶ ସମେତ ବହୁ ସଦଶ୍ୟ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି |