ସାମ୍ବାଦିକ ଙ୍କ ସହ ମଞ୍ଚ ରେ ନାଚିଲେ ଲୋକପ୍ରିୟ ବିଧାୟକ ,ନାଚ ଗୀତ ରେ ଦୁଲିକିଲା ମଞ୍ଚ

ହରଭଙ୍ଗା:୧୯/୧୧  (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ତୃତୀୟ ସଂଧ୍ୟା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି ତୃତୀୟ ସଂଧ୍ୟା ରେ ପ୍ରଥମେ ଆଞ୍ଚଳିକ କଳାକାର ପରେ ରାଜ୍ୟଓ ରାଜ୍ୟ ବାହାର ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ନୃତ୍ୟଗୀତ ହୋଇଥିଲା l

ତୃତୀୟ ସନ୍ଧ୍ୟା ର ମୂଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ମହିଧର ରଣା,ସମ୍ମାନୀତ ଅତିଥି ଉପଜିଲ୍ଲପାଳ ରବୀନ୍ଦ୍ର ନାଥ କହଁର, ବରିଷ୍ଟ ଆଇନ୍ ଯିବି ନବକିଶୋର ମିଶ୍ର,ପୁରୁଣା କଟକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ମଲ୍ଲିକ, ଅବସରପ୍ରାପ୍ତ ସେନା ମୁଖ୍ୟ ଶିଶିର ଘୋଷ ପ୍ରମୁଖ ମଞ୍ଚାସିନ ରହିଥିଲେ ଉକ୍ତ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ଅଧ୍ଯାପକ ରମେଶ ଚନ୍ଦ୍ର ତାରିଣୀଆ ଓ ମନୋଜ କୁମାର ପାଠି, ବନୁ ରଣା ତୁଲାଇ ଥିଲେ l

ତୃତୀୟ ସନ୍ଧ୍ୟା ର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଆ ଧାରାବାହିକ ସିନ୍ଦୂରର ଅଧିକାର ର ନାୟିକା ଇତିଶ୍ରୀ (ସିମ୍ରନ) ଏହି କାର୍ଯ୍ୟକ୍ରମ ରେ ହରଭଙ୍ଗା ବ୍ଲକର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କ ସମ୍ପୂର୍ଣ ସହଯୋଗ ରହିଥିଲା। ଶେଷରେ ହରଭଙ୍ଗା ବ୍ଲକ୍ ର ସମସ୍ତ ଗଣମାଧ୍ୟମ ଙ୍କୁ ଉକ୍ତ ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି ଥିବା ବିଧାୟକ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରଯାଇଥିଲା। ପରିଶେଷରେ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ନେଇ କିଛି ସମୟ ମଞ୍ଚ ରେ ନାଚଗୀତ ର ଆସର ଜମିଥିଲା l