ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁରଠାରେ ଆୟୋଜିତ ୨୪ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ର ତୀରନ୍ଦାଜୀ ଟେନିଶା ମେହେର ଇଣ୍ଡିଆନ ରାଉଣ୍ଡ ବାଳିକା ବିଭାଗରେ ୬୪୨ ସ୍କୋର ସହ ତୃତୀୟ ସ୍ଥାନ ପାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ଦଶମ ଶ୍ରେଣୀ ଛାତ୍ରୀ ଟେନିଶା ମେହେର ବୁଟୁପାଲି, ବୌଦ୍ଧର ଶ୍ରୀମତୀ ସନ୍ତୋଷିନୀ ମେହେର ଓ ସମାଜସେବୀ ଇନ୍ଦ୍ରମଣି ମେହେରଙ୍କ ସୁକନ୍ୟା ଅଟନ୍ତି ।

ଟେନିଶା ମେହେର ବର୍ତ୍ତମାନ ସରକାରୀ କ୍ରୀଡା ଛାତ୍ରାବାସ ସୁନ୍ଦରଗଡ଼ରେ ତୀରନ୍ଦାଜ କ୍ଷେତ୍ରରେ ପ୍ରଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ବାନାରାଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି । ଟେନିଶା ମେହେରଙ୍କ କୃତିତ୍ୱରେ ବୌଦ୍ଧ ତୀରନ୍ଦାଜ ସଂଘ,ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତଥା ବୌଦ୍ଧବାସୀ ଓ କ୍ରୀଡ଼ାବିତ ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।